ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ - Blogs by Sangram Keshari Senapati

Thursday 9 March 2017

ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ

ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁ ଓ ଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ । ପଞ୍ଚାମୃତର ମହତ୍ଵ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।

ଆଖଣ୍ଡଳମଣି ମନ୍ଦିରରେ ଶିବ ଲିଙ୍ଗରେ ଏହି ପଞ୍ଚାମୃତ ଘର୍ଷଣ କରାଯାଏ । ଯାହାକୁ ଘର୍ଷଣ କୁହାଯାଏ । ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି ।
ବାବା ଆଖଣ୍ଡଳମଣୀଙ୍କ ଘର୍ଷଣ ।
ପ୍ରକୃତରେ ଏହି ଅର୍ଦ୍ଧତରଳ ବସ୍ତୁଟି ହେଉଛି ଅଭିଷେକ ପଞ୍ଚାମୃତ ଯାହାକି ମର୍ତ୍ତ୍ୟର ଅମୃତ ସ‌ହ ସମାନ ଯାହା ଦୁସାଦ୍ଧ୍ୟ ରୋଗରୁ ଆରୋଗ୍ୟ ଦେବାର ଅଲୌକିକ ଶକ୍ତି ଧାରଣ କରିଥାଏ ।

No comments:

Post a Comment