April 2026 - Blogs by Sangram Keshari Senapati

Wednesday, 22 April 2026

ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ

Sangram Keshari Senapati April 22, 2026 0
ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ

Sangram Keshari Senapati’s Debut Odia Novel “Cigarette” Launched

ଭଦ୍ରକ (୧୩ ଅପ୍ରେଲ ୨୦୨୬): ଗତକାଲି ଟାଇମ୍‌ପାସ୍ ପ୍ରକାଶନ ସଂସ୍ଥା ଦ୍ୱାରା ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ବହି ବିଷୁବ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଶ୍ରୀଯୁକ୍ତ ବଂଶୀଧର ଷଡ଼ଙ୍ଗୀ ଓ ପ୍ରକାଶକ ସରୋଜ ବଳଙ୍କ ଉପସ୍ଥିତିରେ ଏହି ବହିଟି ଉନ୍ମୋଚିତ ହୋଇଥିଲା ।

ଟାଇମ୍‌ପାସ୍ ଦ୍ୱାରା ଆୟୋଜିତ ପ୍ରଥମା ପ୍ରତିଯୋଗିତାରେ ସଂଗ୍ରାମଙ୍କର ଏହି ଉପନ୍ୟାସ ସହିତ ଅନ୍ୟ ୧୧ଟି ପୁସ୍ତକ ନିର୍ବାଚିତ ହୋଇ ପୂର୍ବରୁ ପ୍ରଥମା ପୁରସ୍କାର ଲାଭ କରିଥିଲା । କଲେଜ ସମୟର ଏକ ପ୍ରେମ କାହାଣୀକୁ ଉପନ୍ୟାସର ରୂପ ଦେଇଥିବା ସଂଗ୍ରାମ ଶୁଭପଲ୍ଲବ ଓଡ଼ିଆ ପତ୍ରିକା ପ୍ରତିଷ୍ଠାତା ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବାବେଳେ ଉଇକିପିଡ଼ିଆର ଜଣେ ସକ୍ରିୟ ସମ୍ପାଦକ ଭାବରେ ୩,୬୦୦ରୁ ଅଧିକ ପ୍ରସଙ୍ଗ ଲେଖିବା ସହ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି, ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ ସଂଗ୍ରାମଙ୍କର ପ୍ରଥମ ଇଂରାଜୀ ଉପନ୍ୟାସ 'ଦି ଇଅର୍ ସି ଡିସାପିଅର୍‌ଡ୍' ଗତ ସପ୍ତାହରେ ଉନ୍ମୋଚିତ ହୋଇଥିଲା, ଯାହାକି ଉଭୟ ବହି ଓ ଇ-ବୁକ୍ ଭାବରେ ଯଥାକ୍ରମେ ଆମାଜନ୍ ଓ କିଣ୍ଡଲ୍‌ରେ ଉପଲବ୍ଧ ଅଛି । ସଂଗ୍ରାମ ତାଙ୍କର ଏହି ନୂଆ ବହି ପାଇଁ ଖୁସି ବ୍ୟକ୍ତ କରିବା ସହ ଟାଇମ୍‌ପାସ୍‌ର ନିର୍ଦ୍ଦେଶକ ସରୋଜ ବଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ନିଜ ବହିଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । ବହିଟି ଟାଇମ୍‌ପାସ୍ ବୁକ୍ କ୍ୟାଫେ ଓ ଆମାଜନ୍ ଇଣ୍ଡିଆରେ ଉପଲବ୍ଧ ଅଛି ।

English News:

Sangram Keshari Senapati’s Debut Odia Novel “Cigarette” Launched

Bhubaneswar, April 13, 2026: The first Odia novel “Cigarette” by Sangram Keshari Senapati was officially launched at the Buddha Temple in Bhubaneswar during the “Bahi Bisuba” literary event organized by Timepass Publication.

The book was unveiled in the presence of Sahitya Akademi award-winning poet Bansidhar Sadangi as the chief guest, along with publisher Saroj Bal.

The novel had earlier received recognition in Timepass Publication’s “Prathama” competition, where it was selected among 12 winning entries and awarded the Timepass Prathama Award. Based on a college love story, the book reflects contemporary youth emotions and relationships.

Apart from being a writer, Senapati is also the founding editor of Shubhapallaba and an active contributor to Odia Wikipedia, having authored over 3,600 articles. He has also participated in several national and international literary and Wikimedia events.

Notably, his debut English novel “The Year She Disappeared”, published by Shubhapallaba Publications, was launched last week and is available in both print and e-book formats on platforms like Amazon and Kindle.

Expressing his happiness, Senapati thanked the publisher and expressed hope that “Cigarette” would receive a positive response from readers. The book is currently available at Timepass Book Café as well as on Amazon India.

Published News:

  1. Argus English Portal: Odia Literature / Sangram Keshari Senapati’s Odia Novel ‘Cigarette’ Launched in Bhubaneswar (13 April 2026)  – OriginalArchieved 
  2. Argus Odia Portal: Launches First Odia Novel / ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ 'ସିଗାରେଟ୍' ଉନ୍ମୋଚିତ (13 April 2026)  – Original – Archieved 
  3. Orissa Diary: Sangram Keshari Senapati’s Debut Odia Novel “Cigarette” Launched (14 April 2026)  – Original – Archieved 
  4. Odisha Plus: Sangram Keshari Senapati’s Debut Odia Novel “Cigarette” Launched (14 April 2026)  – Original – Archieved 
  5. ସେଇଠୁ ଆରମ୍ଭ – ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ (19 April 2026) – OriginalArchived
  6. Fingerprint News (English) – Debut Odia Novel ‘Cigarette’ by Sangram Keshari Senapati Unveiled (18 April 2026) – OriginalArchived
  7. ଓଡ଼ିଆ ବାର୍ତ୍ତା – ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ (17 April 2026) – OriginalArchived
  8. BB News (ବିଧିର ବିଧାନ) – ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ (17 April 2026) – OriginalArchived
  9. ଅପରାହ୍ନ (ଓଡ଼ିଆ ପେପର) – ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ (17 April 2026) – Link
  10. ଡୁମାଣୀ ଖବର – ଉନ୍ମୋଚିତ ହେଲା ସଂଗ୍ରାମ କେଶରୀ ସେନାପତିଙ୍କ ପ୍ରଥମ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ (18 April 2026) – OriginalArchived
  11. The Kalinga Chronicle – Debut Odia Novel ‘Cigarette’ by Sangram Keshari Senapati Unveiled (18 April 2026) – Link