କଲେଜ ଡାଏରୀ ଲେଖାର ୨ୟ ଭାଗ ଲେଖା ହେଉଛି ଏହି ଲେଖାଟି । ଏହି ଲେଖାଟି ପୂର୍ବଭାଗ ଯଦି ପଢ଼ିନାହାନ୍ତି, ତେବେ କଲେଜ ଡାଏରୀ- ୧ ପ୍ରଥମେ ପଢ଼ିବାକୁ ଅନୁରୋଧ ।
ଏମିତି ବୁଲୁବୁଲୁ ଏଣୁତେଣୁ କଥା ହେଉ ହେଉ
ମୋ ଆଖି କିନ୍ତୁ ଲାଖିଗଲା କୌଣସି ଏକ ନିର୍ଦ୍ଦିଷ୍ଟ ରଙ୍ଗରେ । ବାରମ୍ବାର ସେଇ ରଙ୍ଗଟି ଆସୁଥିଲା
ସାମ୍ନାକୁ ଆଉ ପୁଣି କିଛି କ୍ଷଣରେ କୁଆଡ଼େ ହଜିଯାଉଥିଲା ଆଖି ସାମ୍ନାରୁ । କେବେ କେବେ ଆମ ନିଜ
କଥାରେ ଏତେ ମଜ୍ଜିଯାଇଥାନ୍ତି ଯେ,
ସେହି ସମୟରେ କେହି ଆମ ଆଖି ଆଗରେ ଚାଲିଗଲେ ଆମ ନଜରରେ ବି ଆସେନି । ସେହିଭଳି ଜଣାନାହିଁ ମୋ
ଆଖି ଆଗରେ କେତେଥର ସେହି ରଙ୍ଗ ଆସି ଚାଲିଯାଇଛି । ହେଲେ ଦୈବାତ୍ କେମିତି ଏକ ନଜର ପଡ଼ିଗଲା
ସେହି ରଙ୍ଗ ଉପରେ । ସେ ରଙ୍ଗ ଆଉ କେଉଁ ରଙ୍ଗ ନୁହେଁ, ମୋର ପସନ୍ଦର ଗୋଲାପି ରଙ୍ଗ । ଆଉ ସେ ଗୋଲାପି ରଙ୍ଗର ପୋଷାକରେ ଥାଏ
କେହିଜଣେ, ଯାହାକି
ପ୍ରଥମ ଥର ଆସିଥିଲା ମୋ ଆଗକୁ । ସାଙ୍ଗରେ ତା'ର
କେତୋଟି ବନ୍ଧୁ । ସେମାନେ ମଧ୍ୟ ମଜ୍ଜିଥାନ୍ତି ସେମାନଙ୍କର ଆଳାପରେ ।
ଆମର ଆଳାପ ତ' ଚାଲିଥାଏ ନିଜ
ଭିତରେ, ହେଲେ
ସେହି ସମୟର କିଛି ଅଲଗା ସ୍ମୃତି ଛାଇହୋଇଗଲା ମୋ ମନ ଭିତରେ । ପାଖରେ ଥିବା ମୋର ଦୁଇବନ୍ଧୁଙ୍କ
କଥା ଶୁଣାଗଲାଣି ଠିକ୍ରେ । ସେମାନଙ୍କ କଥା କେବଳ ଏକ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଭଳି ଉଡ଼ି
ଉଡ଼ି ଯାଉଥିଲା ମୋ କାନ ପାଖରୁ । ସତେ ଲାଗୁଥିଲା ଯେମିତି ଏହି ଦୁନିଆର ସମୟର ଗତିକୁ କିଏ ଧିର
କରିଦେଇଛି ମୋ ପାଇଁ । ସବୁକିଛି ଧିର ଗତିରେ ଚାଲିଥିଲା ମୋ ଆଖି ଆଗରେ । ହଠାତ୍ ମୋର ଜଣେ
ବନ୍ଧୁର କୌଣସି କଥାର ଉତ୍ତର ନ ଦେବାରୁ,
ସେ ମୋତେ ଛୁଇଁ ପଚାରିଲା,
ସେ କଥାଟି । ମାତ୍ର ସେ କଥାଟି ତ'
ଶୁଣାଗଲାନାହିଁ, କିନ୍ତୁ
ପ୍ରକୃତିସ୍ଥ ହେଲା ପରେ ଦେଖିଲା ବେଳକୁ ସେ ପୁଣୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇସାରିଛି ମୋ ଆଖି
ଆଗରୁ । କଥା ସିନା ଶୁଣୁଥିଲି ସେହି ଦୁଇ ବନ୍ଧୁଙ୍କର, ହେଲେ ନଜର ଘୁରିବୁଲୁଥିଲା ଆଖପାଖରେ । ପୁଣିଥରେ କାଳେ ଆସିଯିବ ସେ
ଆଖି ଆଗକୁ । ହେଲେ କିଛିସମୟ ଯାଏଁ ସେମିତି କିଛି ହେଲା ନାହିଁ । କାଇଁ କେଉଁଠି ସେ ଆଉ ନଜର
ଆସିଲାନି ସେ ରଙ୍ଗ । ସେତେବେଳେ ମନରେ ଆସିଥାଏ,
କିଛି ଭ୍ରାନ୍ତ ଧାରଣା । ଯେପରିକି,
ମୁଁ କିଛି ସ୍ୱପ୍ନ ଦେଖୁ ନ ଥିଲି ତ?
ମୋ ସହ କ'ଣ ସତରେ
ଏମିତି କିଛି ଘଟିଥିଲା? ନା, ଏହି ବୋଧେ ମୋର
କଳ୍ପନା ଥିଲା ମାତ୍ର । ଏମିତି ଭାବୁଭାବୁ ମୁଁ ଭାବରେ ରାଇଜରେ ବୁଡ଼ିଥିବାବେଳେ ହଠାତ୍ ଜଣେ
ସାଙ୍ଗ ଆସି କହିଲା, ପୂଜକ
ମହୋଦୟ ଆସିଲେଣି ଚାଲ ପୂଜା ଆରମ୍ଭ ହେବ ।
ସେହି ସ୍ଥାନରୁ ପୂଜା ପରିସରକୁ ଗଲୁ ଆମେ, ତଥାପି ଆଖିଦ୍ୱୟ
ମୋର ମନେ ମନେ ଖୋଜୁଥିଲେ ସେହି ରଙ୍ଗକୁ । କାଇଁ କେଉଁଠି ତ' ସେ ରଙ୍ଗ ଦେଖାଯାଉନି । ହଁ, ଏହା ନିଶ୍ଚୟ ମୋ ମନର କୌଣସି ଧାରଣା ଥିବ । ରାତିରେ କିମ୍ୱା ଦିନରେ
ମୁଁ ଶୋଇବା ବେଳ ମୋତେ ପ୍ରାୟତଃ ଏହି ଭଳି କିଛି ଅସମ୍ଭବ ସ୍ୱପ୍ନ ସବୁ ଅସିଥାଏ । ହୁଏତ ମୁଁ
କଥାରେ ମଜ୍ଜିଯାଇଥିଲାବେ ମୋର ମନ କେଉଁ ଏକ ଅଲଗାର ଦୁନିଆର ଦୃଶ୍ୟକୁ ସଂଯୋଗ କରିଦେଇଥିଲା ।
ସେଇଥିପାଇଁ ମୋତେ ହଠାତ୍ ଏମିତି କିଛି ଲାଗିଥିଲା । ସକାଳୁ ଶେଜରୁ ଉଠିଲା ପରେ ଯେମିତି ରାତିର
ସ୍ୱପ୍ନକୁ ଭୁଲିଯାଏ, ସେହିଭଳି
ଏହାକୁ ଭୁଲିଗଲି । ଏହା ନିଶ୍ଚୟ ମୋର ମନର ଏକ ଭୁଲ ଧାରଣା ଥିଲା । ସେଥିପାଇଁ କାହାକୁ କିଛି ନ
ଜଣେଇ ପୁଣି ମିଶିଗଲି ସେହି ପୂଜାର ଖୁସିରେ । ପୂଜା ଘରଟି ଏତେ ବଡ଼ ନ ଥିଲା, ତଥାପି ଆମେ
ଯେତିକି ପିଲା ଥିଲୁ ସମସ୍ତେ ସେହି ଘରେ ହିଁ ବସିଥିଲୁ । ଆମର ବାକି କଛି ସାଙ୍ଗସବୁ
ଆସିସାରିଥିଲେ, ଆଉ ପୁଣି
କିଛି ସିନିଅର, ଜୁନିଅର
ପିଲାବି ଉପସ୍ଥିତ ଥାଆନ୍ତି ସେଇଠି । ସମସ୍ତଙ୍କର ମିଶ୍ରିତ ଉପସ୍ଥିତି ଏକ ନିଆରା ଅନୁଭୂତି
ସୃଷ୍ଟି କରିଥିଲା ସେଇଠି । ସେଠାରେ ସଭିଙ୍କ ସହ କଥାବାର୍ତ୍ତାରେ ମଜ୍ଜିଗଲୁ ଆମେ ସବୁ । ପୂଜା
ଆରମ୍ଭ ହେଲା, ଆଉ
ପୁଷ୍ପାଞ୍ଜଳୀ ବି ଶେଷ ହେଲା । ଏବେ ପୂଜାରେ ଗୋଟିଏ ଜିନିଷ ଚାଲିଛି, ପୂଜା ଯେମିତି ବି
ହେଉ ନା କାହିଁକି ଆମେ ଫଟୋ ବହୁତ ଉଠେଇବୁ । ସବୁ ମିଶିକି ଫଟୋ ଉଠେଇଲୁ । ସିଙ୍ଗେଲ ସେଲ୍ଫି, ଗୃପ୍ ସେଲ୍ଫି ଆଉ
ପୁଣି କେବେ ଭଗବାନଙ୍କ ସହ ବି ସେଲ୍ଫି । ହଁ ଭଗବାନଙ୍କ ସହ କେମିତି ବ ନ ନେବୁ, ସେ ତ' ମାତ୍ର ଦିନଟିଏ
ପାଇଁ ଆସୁଛନ୍ତି ଏହି ଧରାକୁ । ଯାହାହେଉ ସବୁ ଫଟୋ ଉଠା ପର୍ବପରେ ଭୋଜନର ବି ବ୍ୟବସ୍ଥା ହୋଇଥିଲା
।
ଏଇଠି ତ' ଆଉ ସେ ପୁରୁଣା
ପରମ୍ପାରା ନାହିଁ ଯେ, ପୁଅମାନେ
ଆଗ ଖାଇବେ କି ଝିଅମାନେ ଆଗ ଖାଇବେ । ସଭିଏଁ ଗୋଟିଏ ଜାଗାରେ ମିଶିକି ଖାଇବାର ମଜା ଥିଲା ମଜା
ଥିଲା ସମ୍ପୂର୍ଣ୍ଣ ଅଲଗା । ଯେତିକି ପିଲାଥିଲୁ,
ଏକାସାଙ୍ଗରେ ବସି ଖାଇବା ବି ସମ୍ଭବ ନୁହେଁ । ସେଇଥିପାଇଁ ଆଗ ଆମର ଜୁନିଅର ପିଲା, ମାନେ ୧ମ ବର୍ଷ ଆଉ
୨ୟ ବର୍ଷର ପିଲାମାନଙ୍କୁ ଖାଇବା ପାଇଁ କୁହାଗଲା । ସେମାନଙ୍କର ଖାଇବା ସରିବା ବେଳକୁ ଆମେ ପୁଣି
ସବୁ ବାହାରେ ବସି କେଳି କରିବାରେ ବ୍ୟସ୍ତ ଥିଲୁ । ଏହିସବୁ ଭିତରେ ପୁଣିଥରେ ଆଗକୁ ଆସିଲା ସେହି
ରଙ୍ଗଟି । ନା, ଏହା
କୌଣସି ସ୍ୱପ୍ନ ନୁହେଁ, ଏହା
ବାସ୍ତବତା । ବାସ୍ତବରେ କେହିଜଣେ ଆସିଥିଲା ମୋ ଆଖି ଆଗକୁ । ଏବେ ଆଉ ସେମିତି କିଛି ହେଲାନି, ଏବେ ସମ୍ପୂର୍ଣ୍ଣରୂପ
ଦେଖିପାରୁଥିଲି ତା'ର
ମୁହଁକୁ । ପ୍ରଥମଥର ପାଇଁ ଦେଖିଲି ସେହି ଚେହେରା ।
କିଏ ହେଇପାରେ ସେ? କଲେଜର
ଏତେପିଲାମଧ୍ୟରେ କେହି ବି ହେଇପାରେ ସେ । ଆଉ ମୁଁ ତ' ସବୁପିଲାଙ୍କୁ ବି ଚିହ୍ନିନି । ଏମିତି ବି ହେଇପାରେ, କେହି
ପିଲାସାଙ୍ଗରେ ବି ଆସିଥାଇପାରେ । ଏହି ଭାବନାରୁ ମୁଁ ବାହାରିଲା ବେଳକୁ କିଛି ପିଲାଙ୍କ ଭିଡ଼
ଭିତରେ କୁଆଡ଼େ ପୁଣି ହଜିଗଲା ସେ ଚେହେରାଟି ।
ପାଖରେ ଥିବା ଏତେ ସାଙ୍ଗଙ୍କ ମେଳିରୁ ବାହାରିବା ବି କଷ୍ଟ । ଆଉ ମୋ ନଜର ପୁଣି ଅଛି
କାହା ଉପରେ, ଏହା
ସେହି ମୁହୂର୍ତ୍ତରେ କାହାକୁ ଜଣା ପଡ଼ିଲେ ଆହୁରି ଅସୁବିଧା । କାରଣଟା ପ୍ରାୟଃ ସବୁ ଜାଣିଥିବେ, ସାଙ୍ଗମାନେ ହିଁ
ସତେ ଯେମିତି ଦୁନିଆରେ ବଡ଼ ଶତ୍ରୁ । ସେହି ଜାଗାରେ ଏମିତି ଅବସ୍ଥା ଆଉ ଲୋକହସା କରେଇବେ ଯେ, କହିବାର ନାହିଁ ।
ଆଉ ତା' ପରେ
ପୁଣି ଯଦି ସେହି ଅଜଣା ଚରିତ୍ରଟି ବିଷୟରେ ଜାଣିବା ଆଗରୁ, ସେ କେବେ ଦେଖିନେବ
ଏମିତି ଦୃଶ୍ୟ, ଆଉ କେବେ
ତା'ର
ସାମ୍ନାକୁ ଆସିବାର ବି ସାହାସ ହେବନି । ସେଇଥିପାଇଁ ମୁଁ ଅନିଚ୍ଛା ସତ୍ତ୍ୱେ ବି ମନରେ ରଖିଲି
ସେହି ଯିଜ୍ଞାସା । ଆଉ ମାତିଗଲି ସାଙ୍ଗମାନଙ୍କ ସାଙ୍ଗେ ।
ଏବେ ସମୟ ଆମମାନଙ୍କର ଖାଇବାର ।
ତିନିବର୍ଷରେ ପ୍ରଥମ ଥର ପାଇଁ ସଭିଏଁ ମିଶିକି ଖାଇବାକୁ ବସିଛୁ । ଯଦିଓ ଆମେ ଆଗରୁ ରୁମ୍ରେ କି
କୌଣସି ସାଙ୍ଗର ଜନ୍ମଦିନରେ ଏମିତି ବସିକି ଖାଇଛୁ,
ହେଲେ କଲେଜରେ ଏମିତି ସବୁ ମିଶିକି ଖାଇବ ପ୍ରଥମ । ଆଉ ସବୁ ମିଶିକି ଖାଇଲାବେଳେ କେହି ଚୁପ୍ଚାପ୍
ଖାଇବେ, ଏଇଟା
କେବେ ହେଇପାରିବନି । କିଏ ଖାଇବାର ପ୍ରଶଂସା କରୁଛି,
ତ ପୁଣି କିଏ ପୂଜା ଆଉ ପୁଣି କିଏ ସାଜସଜ୍ଜାର । ଏମିତି ସବୁ କଥାବାର୍ତ୍ତା ସହ ଶେଷର
ଭୋଜନର ପରିସମାପ୍ତି ହେଲା । ଏବେ ସମୟ ପ୍ରତ୍ୟାବର୍ତ୍ତନର । ବସ ଡ୍ରାଇଭରମାନେ ବି ଖାଇସାରିଥିଲେ
। ସେମାନେ ବସ ଲଗେଇକି ଏବେ ଛାଡ଼ିବା ପାଇଁ ଅପେକ୍ଷା କରିଛନ୍ତି । ସେତେବେଳେ ପୁଣିଥରେ ଦେଖିଲି
ସେହି ଗୋଲାପି ରଙ୍ଗର ପୋଷାକରେ ଥିବା ଝିଅଟିକୁ । ବସରେ ଚଢ଼ିବାର ବ୍ୟଗ୍ରତା ଥିଲା ତା' ମନରେ । ଦୂରରୁ
ଦେଖିପାରୁଥିଲି ତା'କୁ ।
ଯାହା ହେଉ ବସରେ ବସିଲାବେଳେ ମିଳିଗଲା
ତାକୁ ଗୋଟିଏ ଝରକା ପାଖର ସିଟ୍ । ଆଉ ମୁଁ ସେ ଦିଗକୁ ଅଗ୍ରସର ହେବା ପୂର୍ବରୁ ବସ ଧିରେ ଧିରେ
ଗତି କଲା ଆମ ଆଡ଼କୁ । ଆଉ ଅଧିକ ପିଲା ଚଢ଼ିବା ପାଇଁ ସେ କିଛି କ୍ଷଣ ରହିଗଲା ଆମରି ସାମ୍ନାରେ ।
ଦୀର୍ଘ ୩/୪ ଘଣ୍ଟାର ଲୁଚକାଳି ଖେଳ ପରେ ଶେଷରେ ସେ ଥିଲା ମୋ ଆଖି ସାମ୍ନାରେ । ଆମର ଯିବାର ସମୟ
ଟିକେ ବିଳମ୍ବରେ ଥିବା ଇଚ୍ଛା ଥାଇ ବି ଚଢ଼ିପାରିନଥିଲି ସେହି ବସରେ । ହେଲେ ଏଥର ସମ୍ପୂର୍ଣ୍ଣ
ରୂପେ ଦେଖିପାରୁଥିଲି ତା'ର
ମୁହଁକୁ । ଯଦି କେହି କବି ଥାଆନ୍ତେ,
ବୋଧେ ସେହି ମୁଖ ମଣ୍ଡଳ ଉପରେ ୨/୪ଟି କାବ୍ୟ ରଚନା କରିଦେଇଥାନ୍ତେ । ଗୋଲାପି ରଙ୍ଗର
ପୋଷାକକୁ ଗୋଲାପୀ ରଙ୍ଗର ଓଠ ସହ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେ ଗାଢ଼ କଳା ରଙ୍ଗର ସେ ଆଖି
। ସତେକି ଯେମିତି ସେହି ଆଖିରେ ପୂରିରହିଛି ପୂରା ଦୁନିଆ । ଏହିସବୁ ଭିତରେ ମୋ ନଜର ହଟୁନଥିଲା
ତା' ଉପରୁ ।
ହେଲେ ଧିରେ ଧିରେ ଗାଡ଼ିଟି ଗଡ଼ିବାକୁ ଆରମ୍ଭ କଲା ଆଉ ଧିରେ ଧିରେ ପୁଣିଥରେ ସେ ଦୂରେଇ
ଚାଲିଥିଲା ମୋ ଆଖି ଆଗରୁ । ଧିରେ ଧିରେ ଗାଡ଼ିର ବେଗ ବଢ଼ିବା ସହ ଦୂରତା ମଧ୍ୟ ବଢ଼ିଥିଲା ମୋ
ଆଖି ଆଉ ତା' ଭିତରେ ।
ରାସ୍ତାର ସେହି ଦୂରଦିଗନ୍ତରେ ହଜିଗଲା ସେ ଧିରେ ଧିରେ ।
କେତେବେଳୁ ସେ ଯାଇସାରିଲାଣି, ଆଉ ଆମେ ଆମ କାମ
ସାରି ଆସି ପୁଣି ରୁମ୍ରେ ପହଞ୍ଚିଗଲୁଣି,
ହେଲେ ଏବେ ବି ମନରେ ତା'ରି କଥା
ଆଉ ଆଖିରେ ରହିଛି ତା' ଚେହେରା
। ସେ ଚେହେରା ସତେ ଯେମିତି ମୋର ଆଖିର କ୍ୟାମେରାରେ ତୋଳିହୋଇଯାଇଛି ଆଉ ମୋ ମନର ସେ ଡାଟାବେସରେ
ଏକ ଅଲିଭା ଛବି ହୋଇ ରହିଯାଇଛି,
ଯାହାକୁ ମୁଁ ଚାହିଁଲେ ବି କେବେ ଲିଭେଇପାରିବିନି । ସତେ ଯେମିତି ସେ ଛବି ସହ କୋଉଗୋଟେ
ଭାଇରସ ପଶି ଆସିଛି ମୋ ଡାଟାବେସ ଭିତରେ,
ଯିଏକି ସେହି ଛବିଟିକୁ ବାରମ୍ବାର ଆଣିଦେଉଥିଲା ମୋ ଆଗକୁ । ଏମିତିରେ କେବେ ଯଦି କାହାକୁ
ପ୍ରଥମଥର ପାଇଁ ଦେଖେ, ମୋ ମନରେ
ତା'ର ଛବି
କେବେ ଆସେନି, ହେଲେ ଏଇ
ଏକ ଏମିତି ଛବି ଯାହାକୁ ମନର ପ୍ରିତିଟି ପୃଷ୍ଠାର ଆଗଧାଡ଼ିରେ ହିଁ ରହିଯାଇଛି ।
କ୍ରମଶଃ.....
This is the 2nd part of the College Diary Series. The 2nd half of the day which I've described in the first part.
Nice Gapu..keep it up
ReplyDeleteThank you bhai..
DeleteSanga....se muhurta ebe b mane PADI jauchi..Tama lekha padhiki
ReplyDeleteThank you... :)
DeleteNice one, what next, do post soon.
ReplyDeleteThank You..
DeleteWould post in next few days.
ବହୁତ ବଢିଆ ଗପୁ
ReplyDeleteThank you...
Deletewe r waiting for next part....
ReplyDeleteyes, man..
DeleteI would complete the next part very soon and after that surely update in a few days.