Blogs by Sangram Keshari Senapati
Showing posts with label ଓଡ଼ିଆ ଲେଖା. Show all posts
Showing posts with label ଓଡ଼ିଆ ଲେଖା. Show all posts

Thursday 9 March 2017

ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ

Sangram Keshari Senapati March 09, 2017 0
ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ
ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁ ଓ ଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ । ପଞ୍ଚାମୃତର ମହତ୍ଵ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।

ଆଖଣ୍ଡଳମଣି ମନ୍ଦିରରେ ଶିବ ଲିଙ୍ଗରେ ଏହି ପଞ୍ଚାମୃତ ଘର୍ଷଣ କରାଯାଏ । ଯାହାକୁ ଘର୍ଷଣ କୁହାଯାଏ । ସମସ୍ତ ରିଷ୍ଟ ଖଣ୍ଡନ କରୁଥିବା ଏହି ଘର୍ଷଣକୁ ପଣା କୁହାଯାଏ । ଅନ୍ୟ ମନ୍ଦିରମାନଙ୍କରେ କେବଳ ପଣା ସଂକ୍ରାନ୍ତି ଦିନ ହିଁ ଏହି ଘର୍ଷଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ, କେବଳ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କର ମନ୍ଦିରରେ ପ୍ରତିଦିନ ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ସ୍ୱତନ୍ତ୍ର ଫଳଦାୟକ ଘର୍ଷଣ ପ୍ରାପ୍ତ କରିବା ପାଇଁ, ଏହିଦିନ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି ।
ବାବା ଆଖଣ୍ଡଳମଣୀଙ୍କ ଘର୍ଷଣ ।
ପ୍ରକୃତରେ ଏହି ଅର୍ଦ୍ଧତରଳ ବସ୍ତୁଟି ହେଉଛି ଅଭିଷେକ ପଞ୍ଚାମୃତ ଯାହାକି ମର୍ତ୍ତ୍ୟର ଅମୃତ ସ‌ହ ସମାନ ଯାହା ଦୁସାଦ୍ଧ୍ୟ ରୋଗରୁ ଆରୋଗ୍ୟ ଦେବାର ଅଲୌକିକ ଶକ୍ତି ଧାରଣ କରିଥାଏ ।

Saturday 18 February 2017

ବଡ଼ି

Sangram Keshari Senapati February 18, 2017 0
ବଡ଼ି
ବଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଏହା ବଟା ବିରିରେ ମସଲା ମିଶେଇ ତାହାକୁ ଖରାରେ ଶୁଖାଇ ତିଆରି କରାଯାଏ । ଶୁଖିଲା ବଡ଼ିକୁ ସାଇତି ରଖି ପରେ ଭାଜି ବିଭିନ୍ନ ତରକାରିରେ ପକାଇ କିମ୍ବା କେବଳ ଚୁରି ଖିଆଯାଇଥାଏ । ବଡ଼ି ଓଡ଼ିଶା ସମେତ ବିହାର, ପଶ୍ଚିମ ବଙ୍ଗଳା ଆଦି ରାଜ୍ୟରେ ମଧ୍ୟ ଖିଆଯାଇଥାଏ । ବଡ଼ି ବେସର, ଶାଗ ଖରଡ଼ା, ଭଜା, ଖଟା, ସନ୍ତୁଳା ଆଦିରେ ପଡ଼ିଥାଏ ।

Thursday 5 January 2017

ନାରୀ

Sangram Keshari Senapati January 05, 2017 2
ନାରୀ
ନାରୀ - A Podcast on International Women's Day by Sangram Keshari Senapati

କାହିଁ କେଉଁ ଆବାହ‌ମାନ କାଳରୁ ନାରୀକୁ ଆମେ ଆଦି ଶକ୍ତି ରୂପେ ପୂଜା କରି ଆସୁଛେ । ଆମେ ସଭିଏଁ ଜାଣିନ୍ତି ଯେ, ନାରୀ ହିଁ ହେଉଁ ଆମ ସଭିଙ୍କର ସୃଷ୍ଟିକାରୀ ଆଉ ସେ ବି ଦରକାର ପଡ଼ିଲେ ସାଜିଥାଏ ସଂହାରକାରୀ । ଯେତେବେଳେ ଦୁନିଆରେ ପାପର ଭାର ବଢ଼ିଯାଇଥିଲା ସେତେବେଳେ ବି ସେହି ଅତ୍ୟାଚାରୀ ଅସୁର ମହିଷାସୁରକୁ ବଦ୍ଧ କରିବାକୁ ଦେବୀ ଦୁର୍ଗାଙ୍କର ଆବାହ‌ନ କାରାଯାଇଥିଲା । ନାରୀ ଶକ୍ତି ବିଷୟରେ ସଭିଙ୍କୁ ମନେ ପକାଇଦେବା ପାଇଁ ଆମେ ସବୁବେଳେ ଦୁର୍ଗାପୂଜା ଏବଂ କାଳୀପୂଜା ବ‌ହୁ ଆଡ଼ମ୍ବର ସ‌ହ ପାଳନ କରିଆସୁଛୁ ।

ନାରୀ କେବେ ବି ଅବଳା ନୁହେଁ କି ଦୂର୍ବଳା ନୁହେଁ । ତା'ର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦେବୀ ଦୂର୍ଗା, ଆଦି ଶକ୍ତି ମା' ମହାମାୟା । ସେହିଭଳି ଆମ ଇତିହାସ ମଧ୍ୟ ଅନେକ ପାରଙ୍ଗମା ନାରୀଙ୍କୁ ସାଇତିଛି ତା'ର ପୃଷ୍ଠାମାନଙ୍କରେ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହୁଅନ୍ତି କି କାକତୀୟ ସାମ୍ରାଜ୍ୟର ରାଣୀ ରୁଦ୍ରମା ଦେବୀ ହୁଅନ୍ତୁ, ସେମାନେ ଦୁର୍ବଳା କିମ୍ବା ଅବଳା ନୁହ‌ନ୍ତି । ସେମାନେ ମଧ୍ୟ ହସ୍ତରେ ଖଡ୍ଗ ଧରି ସମ୍ମୁଖ ଯୁଦ୍ଧ କରିଥିଲେ ତା'ର ଶତୃମାନଙ୍କ ସ‌ହ । ଆମର ସମାଜରେ ଥିବା ନାରୀ ମଧ୍ୟ ଦୁର୍ବଳ ନୁହ‌ନ୍ତି । ଯେଉଁମାନେ ତାଙ୍କୁ ଦୁର୍ବଳ ଭାବୁଛନ୍ତି, ସେମାନେ କରୁଥିବା କାମକୁ ଗୋଟିଏ ଦିନ କରିଦେଖନ୍ତୁ, ଆପଣମାନେ ବି ଜାଣିଯିବେ ସେମାନେ କ'ଣ । ସେମାନଙ୍କୁ ଦୁର୍ବଳ କରିଦେଇଛି ଆମର ଏହି ସମାଜ ଏବଂ ଏହି ସମାଜରେ ଚଳିଆସୁଥିବା ପରମ୍ପରା । ଯେମିତି ହାତୀକୁ ଛୋଟବେଳୁ ସର୍କସରେ ବାନ୍ଧି ରଖିବା ଦ୍ୱାରା ତା' ମନରେ ଏକ ଭୟ ଆସିଯାଇଥାଏ ଏବଂ ସେ ମହାଶକ୍ତିଶାଳୀ ହେବା ପରେ ମଧ୍ୟ ସେ ଶୀକୁଳୀକୁ ଖୋଲିବାକୁ ସାହାସ କରେନି । ସେହିଭଳି ଆମ ସମାଜରେ ନାରୀମାନେ ମଧ୍ୟ ସେହି ପୁରୁଣା ପରମ୍ପରାକୁ ସମ୍ମାନ ଦେଖାଇ ନିଜକୁ ଦୁର୍ବଳ ବୋଲି ମନେ କରୁଛନ୍ତି । କେହି ଯଦି ଏହି କଥାର ପ୍ରତିବାଦ କରୁଛି, ତା'ହେଲେ ଅନେକ ଶକ୍ତି ସେହି ଗୋଟିଏ ଶକ୍ତିକୁ ଚାପିଦେବାର ପ୍ରଚେଷ୍ଟା କରୁଛି ।

ଏଇ ନବ ବର୍ଷ ରାତିରେ ସଦ୍ୟ ଘଟିଥିବା ଘଟଣାଟିଏ ନାରୀଙ୍କ ପ୍ରତି ଥିବା ଆମ ସମ୍ମାନର ଏକ ଜ୍ୱଳନ୍ତ ଉଦାହରଣ । ଏକଦା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଜତ ଶର୍ମାଙ୍କ "ଆପ୍‌ କି ଅଦାଲତ"ରେ କ‌ହିଥିଲେ କି ଗୁଜୁରାଟରେ ରାତିରେ ଗୋଟିଏ ଝିଅ ଗ‌ହଣାରେ ସୁସଜ୍ଜିତ ହୋଇ ଯାଉଥିବା ବେଳେ କେହି ତା' ଉପରକୁ ଆଖି ଉଠାଇ ଚାହାନ୍ତି ନାହିଁ । ହେଲେ ଅନ୍ୟ ସବୁଆଡ଼େ କାହିଁକି ଏମିତି ହେଉନାହିଁ । କିଛି ଲୋକମାନେ ତ ଏହି ଭଳି ଘଟୁଥିବା ଘଟଣାର ବିରୋଧ କରିବା ପରିବର୍ତ୍ତେ ଝିଅ ମାନଙ୍କର ଦୋଷ ଦେଉଛନ୍ତି କି ସେମାନେ କାହିଁକି ରାତିରେ ଘରୁ ବାହାରକୁ ଯାଉଛି, ତାଙ୍କର କପଡ଼ା କାହିଁକି ଛୋଟ ଛୋଟ?

ଏହି କଥା ଉପରେ ଅଭିନେତା ଅକ୍ଷୟ କୁମାର ଏକ ବ‌ହୁତ ଭଲ କଥାଟିଏ କ‌ହିଛନ୍ତି ।

Sunday 1 January 2017

ଆଦି ଅନ୍ତ

Sangram Keshari Senapati January 01, 2017 0
ଆଦି ଅନ୍ତ
କେମିତି ହୁଏ, କାହିଁକି ହୁଏ?
ଜଣା ନାହିଁ, ବାସ୍ ହେଉ ହେଉ ହେଇଯାଏ ।

ହେଇଗଲା ପରେ କ'ଣ ହୁଏ?
କ'ଣ ଆଉ ହେବ, ଯାହା ଆଶା ନ ଥାଏ ସେଇଆ ହୁଏ ।

Saturday 31 December 2016

ବିଦାୟ ୨୦୧୬

Sangram Keshari Senapati December 31, 2016 0
ବିଦାୟ ୨୦୧୬
ଯାହାର ଆଦି ଅଛି, ତା'ର ଅନ୍ତ ଅଛି । ଯାହା ଆରମ୍ଭ ହୋଇଛି, ସେ ନିଶ୍ଚୟ ଶେଷ ହେବ । ଅନେକ ଉତ୍ସାହ ଆଉ ଆଡ଼ମ୍ବର ସ‌ହ ଆସିଥିଲା ନବ ବର୍ଷ ୨୦୧୬ । ଆଉ ଦିନ ପରେ ଦିନ ଗଡ଼ିଚାଲିଲା, ଶେଷରେ ତା'ର ବି ବିଦାୟର ସମୟ ଆସିଗଲା । ବିତିଗଲା ୩୬୬ଦିନ ଆଉ ସମୟ ସରିବାକୁ ବସିଲା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଖୁବ୍ ନିକଟରେ ବିଦା ହେଇଯିବ ୨୦୧୬ ଏହି ଧରାପୃଷ୍ଠରୁ ଆଉ ପାଦ ଥାପିବ ୨୦୧୭ । ଆରମ୍ଭ ହେବ ଆଉ ଏକ ନବବର୍ଷ ।

Saturday 10 December 2016

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ମନ୍ଦିର

Sangram Keshari Senapati December 10, 2016 0
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ମନ୍ଦିର
ମାଆ ଭଦ୍ରକଳୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ଲୋକ‌କଥାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମ ରଖାଯାଇଛି ।  ମାଆ ଭଦ୍ରକାଳୀଙ୍କୁ ଆଦି ଶକ୍ତି ବୋଲି ମଧ୍ୟ ଆମର ପୂରାଣରେ ବିବେଚନା କରାଯାଇଛି । ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।

ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବ‌ହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।

ମାଆ ଆଦିଶକ୍ତିଙ୍କର ପ୍ରଳୟର ରୂପ ହେଉଛନ୍ତି ମାଆ କାଳୀ ଏବଂ ଭଦ୍ରକାଳୀ ମାଆ ଆଦିଶକ୍ତିଙ୍କର ଏକ ପ୍ରଳୟ କାଳୀନ ରୂପ ବୋଲି ମଧ୍ୟ ଅନେକ ମତ ଦିଅନ୍ତି । ଆଉ କେହି କେହି ମାଆଙ୍କୁ ମହାକାଳ ଶିବଙ୍କର ଶକ୍ତି ବୋଲି ମଧ୍ୟ କ‌ହିଥିଲେ ।

ମାଆ ଭଦ୍ରକଳୀଙ୍କର ମନ୍ଦିର ଭଦ୍ରକ ସ‌ହ ଉପକଣ୍ଠରୁ ପ୍ରାୟ ୭କିଲୋମିଟର ଦୂରରେ ଅବସ୍ଥିତ । ଅହାରପଦା ଗ୍ରାମରେ ସାଳନ୍ଦୀ ନ‌ଦୀ କୂଳରେ ମାଆ ଭଦ୍ରକାଳୀଙ୍କର ଏବେକାର ମନ୍ଦିରଟି ଅବସ୍ଥିତ ।

ଓଡ଼ିଶା ପର୍ଯ୍ୟଟନ ତରଫରୁ ମନ୍ଦିର ଆଗରେ ଲଗାଯାଇଥିବା ଫଳକ ।
ମା' ଭଦ୍ରକାଳୀ ମନ୍ଦିରର ପ୍ରବେଶଦ୍ଵାର ।
ଭୋଗଦୋକାନଠାରୁ ମୁଖ୍ୟ ପ୍ରବେଶଦ୍ଵାରର ଛବି ।
ବର୍ତ୍ତମାନର ମନ୍ଦିରରେ ମାଆ ଭଦ୍ରକାଳୀଙ୍କର ଚତୁର୍ଭୁଜା ମୂର୍ତ୍ତୀ ପୂଜା ପାଉଛି । ଚତୁର୍ଭୁଜା ମାଆ ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଛନ୍ତି । ମାଆ ଉପର ଉପର ଦକ୍ଷିଣ ହସ୍ତରେ ଖଡ୍ଘ ଧାରଣ କରିବା ସ‌ହ ବାମ ହସ୍ତରେ ଖର୍ପର ଧାରଣ କରିଛନ୍ତି ଏବଂ ତଳ ବାମ ହସ୍ତରେ ଜପାମାଳଳି ଧାରଣ କରିବା ସ‌ହ ଦକ୍ଷିଣ ହସ୍ତରେ ବାଳକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ହେଉଛି ଏକମାତ୍ର ଶକ୍ତିପୀଠ ଯେଉଁଠି ମାଆ କାଳୀ ବାଳକୃଷ୍ଣଙ୍କୁ କୋଳରେ ଧାରଣ କରିଛନ୍ତି ।

ମା' ଭଦ୍ରକାଳୀ ।
ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିରର ପ୍ରବେଶଦ୍ୱାର ।

ଇତିହାସ ଅନୁସାରେ ମାଆ ଭଦ୍ରକାଳୀଙ୍କର ପୂରାତନ ମନ୍ଦିରଟି ଅନ୍ୟ ଏକ ସ୍ଥାନରେ ଥିଲା । ଓଡ଼ିଶାରେ ମୁସଲମାନ ଶାସନ ସମୟରେ ବାରମ୍ବାର ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଉଥିଲା । କ୍ରମେ ସେହି ମନ୍ଦିରଟି ଧ୍ୱଂସାଭିମୁଖି ହେଲା, ଫଳରେ ମାଆଙ୍କର ମନ୍ଦିର ଏବେକାର ଆହାରପଦା ନିକଟକୁ ସ୍ଥାନାନ୍ତର ହେଲା । ଏହିଠାରେ ମୁଖ୍ୟ ମନ୍ଦିର ସମେତ ସମୁଦାୟ ୩ଗୋଟି ମନ୍ଦିର ଅଛି । ମୁଖ୍ୟ ମନ୍ଦିରରେ ମାଆ ଭଦ୍ରକାଳୀ ପୂଜା ପାଉଥିବା ବେଳେ ଅନ୍ୟଦ୍ୱୟ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି । ଅନ୍ୟ ଏକ ମନ୍ଦିରରେ ମହାଦେବ ଭଦ୍ରେଶ୍ୱର ନାମରେ ପୂଜିତ ହେଉଛନ୍ତି । 

ଭଦ୍ରକାଳୀ ମନ୍ଦିର ବେଢ଼ାରେ ଥିବା ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ ଫଳକ ।
ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଗରୁଡ଼ ସ୍ତମ୍ଭ ।
ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ।
ବାବା ଶ୍ରୀ ଭଦ୍ରେଶ୍ୱରଙ୍କର ମନ୍ଦିର ।
ମନ୍ଦିର ପ୍ରାଙ୍ଗଣରେ ଥିବା ନବଗ୍ରହ‌ଙ୍କର ମୂର୍ତ୍ତୀ ସମୂହ ।
ସୌରଜଗତର ବୈଜ୍ଞାନିକଙ୍କ ମତାନୁସାରେ ସୌରମଣ୍ଡଳରେ ସମୁଦାୟ ୯ଟି ଗ୍ରହ ଅଛି । କିନ୍ତୁ ଅନେକ ପ୍ରାଚୀନ କାଳରୁ ଆମ ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ନବ ଗ୍ରହ‌ଙ୍କୁ ପୂଜା କରିବାର ନିଦର୍ଶନ ରହିଛି । ମାତ୍ର ବୈଜ୍ଞାନିକମାନଙ୍କର ଗ୍ରହର ବର୍ଣ୍ଣନା ଏବଂ ପୂରାତନ ଶାସ୍ତ୍ରରେ ଗ୍ରହର ବର୍ଣ୍ଣାନା ଟିକେ ଅଲଗା ରହିଛି । ପୂରାତନ ଶାସ୍ତ୍ରରେ ସୂର୍ଯଙ୍କୁ ପ୍ରଥମ ଗ୍ରହର ଆଖ୍ୟ ମିଳିଥିବା ବେଳେ ବୈଜ୍ଞାନିକ ତାଙ୍କୁ ଗ୍ରହ ଭାବରେ ଗଣନା କରିନାହାନ୍ତି । ସେହିଭଳି ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରଙ୍କୁ ଏକ ଗ୍ରହ ନୁହେଁ ବରଂ ଏକ ଉପଗ୍ରହ ଭାବରେ ଦର୍ଶାଇଛନ୍ତି । ବୁଧ, ଶୁକ୍ର, ମଙ୍ଗଳ ଏବଂ ଶନି ପୂରାତନ କାଳର ଗଣନାରେ ଥିଲେ ଏବଂ ବୈଜ୍ଞାନିକମାନଙ୍କର ଗଣନାରେ ମଧ୍ୟ ଅଛନ୍ତି । ସେହିଭଳି ଅନ୍ୟ ଦୁଇ ଗ୍ରହ ରାହୁ ଏବଂ କେତୁ ମଧ୍ୟ ବୈଜ୍ଞାନିକମାନଙ୍କର ଗଣନାରେ ସ୍ଥାନ ପାଇନାହାନ୍ତି । କିନ୍ତୁ ଏବେ ବି ଆମର ଜ୍ୟୋତିଷବିଷାରଦମାନେ ସେହି ପୂରାତନ ନବଗ୍ରହ‌ଙ୍କର ଚଳନ‌କୁ ଲକ୍ଷ୍ୟକରି ଦିନ, ମାସ ଏବଂ ବର୍ଷ ନିର୍ଦ୍ଧାରଣ କରୁଛନ୍ତି ଏବଂ ଅମେ ମଧ୍ୟ ଏହି ପୂରାତନ ନବଗ୍ରହ‌ଙ୍କୁ ପୂଜା କରୁଅଛେ ।

ଭଦ୍ରକାଳୀ ମନ୍ଦିର ପରିସରରେ ଥିବା ଆଉ କିଛି ମୂର୍ତ୍ତୀର ଚିତ୍ର:

* ଶ୍ରୀ ମହାବିଷ୍ଣୁ ନେଇଥିବା ଦଶ ଅବତାରର ମୂର୍ତ୍ତୀ ମଧ୍ୟ ଭଦ୍ରକାଳୀଙ୍କର ମନ୍ଦିର ପରିସରରେ ରହିଛି ।
ମସ୍ୟ ଅବତାର, କଚ୍ଛପ ଅବତାର, ବରାହ ଅବତାର ଏବଂ ନୃସିଂହ ଅବତାର ।
 
ବାମନ ଅବତାର, ପର୍ଶୁରାମ ଅବତାର ଏବଂ ରାମ ଅବତାର ।

 
ହଳଧର ଅବତାର, ବୁଦ୍ଧ ଅବତାର ଏବଂ କଳ୍କୀ ଅବତାର ।

 * ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଦଶ ମହାବିଦ୍ୟାଙ୍କର ରୂପ ଦର୍ଶିତ ହୋଇଛି ।
















ମାଆ ଭଦ୍ରକାଳୀ ମନ୍ଦିର ପରିସରରେ କାଳୀପୂଜା ସମୟରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ସାତଦିନ ବ୍ୟାପି ଅଖଣ୍ଡ ଯଜ୍ଞ ହେବା ସ‌ହ ମାଆଙ୍କର ନାମ ସଂକୀର୍ତ୍ତନ ମଧ୍ୟ ହୋଇଥାଏ । ଏବଂ ସାତଦିନରେ ସପ୍ତମାତୃକା ବେଶରେ ସୁସଜ୍ଜିତ ହୋଇଥାନ୍ତି ମାଆ ଭଦ୍ରକାଳୀ ।

ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିର ସାମ୍ନାରେ ଥିବା ଏହି ଯଜ୍ଞଶାଳାରେ ସପ୍ତଦିବସ ବ୍ୟାପି ଯଜ୍ଞକରାଯାଏ ।

ସପ୍ତମାତୃକା ଯଜ୍ଞସମୟରେ ଯଜ୍ଞକୁଣ୍ଡରେ ସୁସଜ୍ଜିତ କଳସ ଏବଂ ଅଖଣ୍ଡ ଅଗ୍ନି ।

 ମାଆ ଭଦ୍ରକାଳୀଙ୍କର ପୀଠରେ ଅନୁଷ୍ଠିତ ହେଉଥିବା ସପ୍ତମାତୃକା ବେଶ ସମୂହ:


୧. ବେଦମାତା ବେଶ:

କାଳୀ ପୂଜା ସମୟରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିନର ବେଶ ହେଉଛି ବେଦମାତା ବେଶ । ବେଦମାତା ବେଶରେ ମାଆ ଭଦ୍ରକାଳୀ ପଦ୍ମ ଆସନରେ ବିରାଜମାନ କରିବା ସ‌ହ ହଂସ ବାହାନ ସାଜିଥାନ୍ତି । ଏହି ବେଶରେ ମାଆଙ୍କର ମୁଖମଣ୍ଡଳ ହଳଦିଆ ରଙ୍ଗ ହେବା ସ‌ହ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଦକ୍ଷିଣ ହସ୍ତରେ ଜପାମାଳୀ ଏବଂ ବାମ ହସ୍ତରେ ଶଙ୍ଖ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଭଦ୍ର ଶବ୍ଦର ଅର୍ଥ ହେଉଛି କଲ୍ୟାଣ । ଉଦିତ୍ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃର୍ଶ ଏହି ପୀଠର ମା' ଶାନ୍ତ, ଶିଷ୍ଟ, ଭଦ୍ର ଓ କଲ୍ୟାଣମୟୀ ରୂପେ ବିରାଜମାନ । ବେଦ ହେଉଛି ସର୍ବଜ୍ଞାନର ଭଣ୍ଡାର । ବେଦମାତା ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ । ଭକ୍ତ ସବୁ କ୍ଷେତ୍ରରେ ବିଜୟୀ ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରି ଜ୍ଞାନାଲୋକରେ ଦୀପ୍ତ କରିବା ସକାଶେ ଆଲୋକର ପର୍ବ ଦୀପାବଳୀର ପ୍ରଥମ ଦିନରେ ମା' ବେଦମାତା ରୂପରେ ଦର୍ଶନ ଦେଇଥାନ୍ତି ।

ବେଦମାତା ବେଶରେ ମାଆ ଭଦ୍ରକାଳୀ

୨. ମହାକାଳୀ ବେଶ:

ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନର ବେଶ ହେଉଛି ମହାକାଳୀ ବେଶ । ମା' ଭଦ୍ରକାଳୀ ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବାସ‌ହ ମା'ଙ୍କର ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ହୋଇଥାଏ । ମୁକ୍ତକେଶ, ରକ୍ତ ଜିହ୍ୱା ଏବଂ ହାତରେ ଖଡ଼୍‌ଗ ଓ ତ୍ରିଶୂଳ ଧାରଣ କରି ମୁଣ୍ଡମାଳରେ ମା' ସାଜିଥାନ୍ତି ଉଗ୍ରରୂପା ।

ମା' ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମା ନିଜ କୋଳରେ ବାଳ କୃଷ୍ଣଙ୍କ ବିଗ୍ରହକୁ ଧାରଣ କରି ସ୍ନେହ‌ମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଥାନ୍ତି । କଳିଯୁଗରେ ସଂସାରରୁ ପାପର ବିନାଶ ସ‌ହିତ ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇଥା'ନ୍ତି ମା' ।
ମହାକାଳୀ ବେଶରେ ମାଆ ଭଦ୍ରକାଳୀ ।

୩. ରାଜରାଜେଶ୍ୱରୀ ବେଶ:

ମହାଯଜ୍ଞର ତୃତୀୟ ଦିନରେ ମା' ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏହି ବେଶରେ ମା' ସିଂହ ଓ ହସ୍ତୀ ବାହାନରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଗୋଲାପି ପାଟ ବସ୍ତ୍ର ପରିଧାନ କରିଥାନ୍ତି । ଶଙ୍ଖ-ଚକ୍ର, ଗଦା, ପଦ୍ମ ସ‌ହିତ ଚତୁର୍ଦ୍ଧା ମୂର୍ତ୍ତିରେ ମା' ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ବୋଲି ସମଗ୍ର ଜଗତକୁ ବାର୍ତ୍ତା ଦେଇଥାନ୍ତି ।

ମା' ଭଦ୍ରକାଳୀଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବା ସ‌ହ ଉତରତ୍ତୋର ଉନ୍ନତି ଏବଂ ପଦମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରହିଥାଏ ବୋଲି ବିଶ୍ୱାସ ରହିଛି ।
ରାଜରାଜେଶ୍ୱରୀ ବେଶରେ ମାଆ ଭଦ୍ରକାଳୀ ।

୪. ସିଂହବାହିନୀ ବେଶ:

ବିଶ୍ୱଶାନ୍ତି ମହାଯଜ୍ଞର ଚତୁର୍ଥଦିନରେ ବେଶ ହେଉଛି ସିଂହବାହିନୀ ବେଶ । ଏହି ସିଂହବାହିନୀ ବେଶରେ ସିଂହ ସାଜିଥାନ୍ତି ମା' ଭଦ୍ରକାଳୀଙ୍କର ବାହାନ । ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚାରି ହାତରେ ଖଡ଼୍‌ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟିତ ହୋଇଥାନ୍ତି ମା' ଭଦ୍ରକାଳୀ ।

ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତ‌ଥା ସମସ୍ତ ବିପଦ ଦୂର ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।
ସିଂହବାହିନୀ ବେଶରେ ମାଆ ଭଦ୍ରକାଳୀ ।

୫. ଜଗଦ୍ଧାତ୍ରୀ ବେଶ:

ସପ୍ତମାତୃକା ବେଶର ପଞ୍ଚମ ଦିନର ବେଶ ହେଉଛି ଜଗଦ୍ଧାତ୍ରୀ ବେଶ । ଏହି ବେଶରେ ବାଘ ବାହାନ ସାଜିଥିବା ବେଳେ ମା' ଭଦ୍ରକାଳୀଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ହୋଇଥାଏ । ମା' ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ହସ୍ତରେ ଖଡ଼୍‌ଗ, ଗଦା, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଥାନ୍ତି ।

ଆଦ୍ୟାଶକ୍ତି ମା' ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ । ଜଗଦ୍ଧାତ୍ରୀ ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୋଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି ।
ଜଗଦ୍ଧାତ୍ରୀ ବେଶରେ ମାଆ ଭଦ୍ରକାଳୀ ।

୬. ମହାସରସ୍ୱତୀ ବେଶ:

ସପ୍ତମାତୃକାବେଶରେ ଷଷ୍ଠଦିନର ବେଶ ହେଉଛି ମହାସରସ୍ୱତୀ ବେଶ । ଏହି ବେଶରେ ହଂସ ମା' ଭଦ୍ରକାଳୀଙ୍କର ବାହାନ ହୋଇଥିବା ବେଳେ ମୁଖମଣ୍ଡଳ ଶ୍ୱେତ ବର୍ଣ୍ଣା ହୋଇଥାଏ । ମା' ଭଦ୍ରକାଳୀ ଶ୍ୱେତ ବସ୍ତ୍ର ପରିଧାନ କରିବା ସ‌ହ ପଦ୍ମାସନରେ ବିରାଜମାନ କରିଥାନ୍ତି । ଏହି ବେଶରେ ମା' ଭଦ୍ରକାଳୀ ହସ୍ତଯୁଗଳରେ ବୀଣା, ତୃତୀୟ ଓ ଚତୁର୍ଥ ହସ୍ତରେ ଜପାମାଳି ଏବଂ ପୁସ୍ତକ ଧାରଣ କରିଥାନ୍ତି । ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ମହାସରସ୍ୱତୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଓ ଅନ୍ଧକାରକୁ ଦୂରକରି ଜ୍ଞାନଲୋକରେ ଦିପ୍ତ କରିବା ସକାଶେ ମା' ଭଦ୍ରକାଳୀ ମହାସରସ୍ୱତୀ ବେଶ ଧାରଣ କରିଥାନ୍ତି ।
ମହାସରସ୍ୱତୀ ବେଶରେ ମାଆ ଭଦ୍ରକାଳୀ ।

୭. ମହାଲକ୍ଷ୍ମୀ ବେଶ:

ମା' ଭଦ୍ରକାଳୀଙ୍କର ସପ୍ତମାତୃକା ବେଶ ମଧ୍ୟରେ ମହାଲକ୍ଷ୍ମୀ ବେଶ ହେଉଛି ଅନ୍ତିମ ବା ସପ୍ତମ ବେଶ । ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀ ହଳଦିଆ ବସ୍ତ୍ର ପରିଧାନ କରିବା ସ‌ହ ମା'ଙ୍କର ମୁଖମଣ୍ଡଳ ହଳଦୀଆ ବର୍ଣ୍ଣ ହୋଇଥାଏ । ପଦ୍ମାସନରେ ମା' ଭଦ୍ରକାଳୀ ବିରାଜମାନ କରିଥିବା ବେଳେ ହସ୍ତୀ ଏବଂ ପେଚା ତାଙ୍କର ବାହାନ ହୋଇଥାନ୍ତି । ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇ ମା' ଭଦ୍ରକାଳୀ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି ।

ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିନ ହୋଇଥିବାରୁ ଏହିଦିନରେ ପୂର୍ଣ୍ଣାହୂତି ଦେଖିବା ପାଇଁ ଅନେକ ଭକ୍ତଙ୍କର ଭିଡ଼ ଲାଗିଥାଏ ।
ମହାଲକ୍ଷ୍ମୀ ବେଶରେ ମାଆ ଭଦ୍ରକାଳୀ ।


Wednesday 30 November 2016

ମାନସିକ ଚିନ୍ତାଧାରା

Sangram Keshari Senapati November 30, 2016 0
ମାନସିକ ଚିନ୍ତାଧାରା
ଏହି ଲେଖାଟି ଆମେ ଭୋଗୁଥିବା କିଛି ଅସୁବିଧାର କାରଣ ସମ୍ବନ୍ଧରେ ଲେଖାଯାଇଛି ।

ଆମେମାନେ ଓଡ଼ିଶାରେ ବିଭିନ୍ନ ପ୍ରକାରର ରାସ୍ତାରେ ଯାତାୟତ କରୁଛେ । ସେହି ସବୁ ରାସ୍ତାଗୁଡ଼ିକ କୋଉଠି ଅଣଓସାରିଆ ତ ପୁଣି କୋଉଠି ଭାଙ୍ଗିଯାଇଛି ଆଉ ଏହି ସବୁ କାରଣ ପାଇଁ ଆମେ ସରକାରଙ୍କୁ ଅତି ସନ୍ତର୍ପଣରେ ଦୋଷାରପ କରିଥାଉ । ଏମିତି କିଛି ମଧ୍ୟ ଘଟଣା ଘଟୁଛି, ଯାହା ଆମ ଦ୍ୱାରା ସୃଷ୍ଟି ହେଉଛି କିନ୍ତୁ ଆମେ ସେଇଟା ପ୍ରଶାସନର ଭୁଲ ବୋଲି ବତେଇ ଚୁପ ଚାପ ବସିଯାଉଛେ ।

Monday 5 September 2016

ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

Sangram Keshari Senapati September 05, 2016 0
ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା
ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ଆଲୋକ ପ୍ରଦାନ କରି ଆମ ଜୀବନ‌କୁ ସୁନ୍ଦର କରି ଗଢ଼ି ତୋଳନ୍ତି । କେବଳ ଯିଏ ଆମକୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଅନ୍ତି, ସେମାନେ ଖାଲି ଆମର ଗୁରୁ ନୁହ‌ନ୍ତି । ଆମ ଜୀବନରେ ଆମେ ଯାହାଠାରୁ କିଛି ବି ଶିକ୍ଷାଲାଭ କରିଥାଉ, ଏମିତି କି ସେ ବୟସରେ ଛୋଟ ହେଲେ ମଧ୍ୟ ସେ ଆମର ଗୁରୁ । ଗୁରୁଙ୍କ ସମ୍ମାନାର୍ଥେ ଆଜିର ଏହି ଗୁରୁ ଦିବସ ପାଳନ ଆମ ସମାଜରେ ଗୁରୁ-ଶିଷ୍ୟର ସମ୍ପର୍କ‌କୁ ଆହୁରି ନିବିଡ଼ କରୁଛି । ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଏ । ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ ।

ଗୁରୁଦିବସରେ ଗଣେଶ ପୂଜା

Sangram Keshari Senapati September 05, 2016 0
ଗୁରୁଦିବସରେ ଗଣେଶ ପୂଜା
ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନଂ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମଃ ।।

Wednesday 17 August 2016

ଆମେ ସ୍ୱାଧୀନ

Sangram Keshari Senapati August 17, 2016 0
ଆମେ ସ୍ୱାଧୀନ
ଦୀର୍ଘ ଦିନର ଇଂରେଜ ଶାସନର ଅବପତନ ଘଟିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ତା' ପରଠାରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା । ଲୋପ ପାଇଗଲା ରାଜାମାନଙ୍କର ଶାସନ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ହେଲା ଗଣତନ୍ତ୍ର ଶାସନ । ଗଣ ଅର୍ଥାତ ଲୋକମାନଙ୍କ ହାତରେ ରହିଲା ଶାସନର ଭାର । ଲୋକମାନେ ନିଜେ ନିଜର ପ୍ରତିନିଧିଟିଏ ବାଛି ପଠାଇବେ, ଯିଏକି ସେମାନଙ୍କର ଅସୁବିଧା ବିଷୟରେ ସରକାର ପର୍ଯ୍ୟନ୍ତ ପ‌ହ‌ଞ୍ଚାଇବ ।

Friday 8 July 2016

ସମସ୍ୟା

Sangram Keshari Senapati July 08, 2016 0
ସମସ୍ୟା

ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସ‌ହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।
ସବୁବେଳେ ଆମ ସାମ୍ନାକୁ ସମସ୍ୟାମାନ ଆସିଲେ ଆମେ ତା' ସାମ୍ନାରେ ବିଚଳିତ ହୋଇଯାଇଥାଉ । ସେହି ସମୟରେ ଆମକୁ କିଛି ବୁଝାପଡ଼ିନଥାଏ କି କ'ଣ କରିବା ଉଚିତ ଆଉ କ'ଣ କରିବା ଅନୁଚିତ । ସବୁ ବ୍ୟକ୍ତିଙ୍କର ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । କେତେଥର ଆମ ଜୀବନରେ ସମସ୍ୟାର ପାହାଡ଼ ଖସିପଡ଼ିଥାଏ । ଏହି କଠିନ ସମୟରେ କିଛି ଲୋକ ଭାଙ୍ଗିପଡ଼ିଥାନ୍ତି ତ ଆଉ କିଛି ଲୋକ ସେ ପରିସ୍ଥିତି ସ‌ହ ନିଜକୁ ବୁଝେଇ ସୁଝେଇ ସମ୍ଭାଳି ନେବାରେ ସଫଳ ହୁଅନ୍ତି ।

ମନସ୍ତ‌ତ୍ତ୍ୱବିଜ୍ଞାନ ଅନୁସାରେ ମଣିଷ କୌଣସି ବି ସମସ୍ୟାକୁ ଦୁଇ ପ୍ରକାରରେ ଦେଖିଥାଏ;
୧. ସମସ୍ୟା ଉପରେ ଦୃଷ୍ଟିନିକ୍ଷେପ କରିକି (problem focus peoples)
୨. ସମାଧାନ ଉପରେ ଦୃଷ୍ଟିନିକ୍ଷେପ କରିକି (solution focus peoples)

ସମସ୍ୟା ଉପରେ ଦୃଷ୍ଟି ନିକ୍ଷେପ କରୁଥିବା ଲୋକମାନେ ପ୍ରାୟତଃ ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଯାଆନ୍ତି । ଏହି ପ୍ରକାରର ଲୋକମାନେ କୌଣସି ପ୍ରକାରର ସମସ୍ୟାର ସମାଧାନ ଖୋଜିବା ବଦଳରେ ସମସ୍ୟା ବିଷୟରେ ଅଧିକ ଭାବୁଥାନ୍ତି । ସେମାନେ ସେହି ସମସ୍ୟାରୁ ଉତ୍ପନ୍ନ ହେବାକୁ ଥିବା ସମସ୍ୟା ବିଷୟରେ ଭାବି ଭାବି ଆଉ ଏକ ନୂଆ ସମସ୍ୟାକୁ ଡାକି ଆଣିଥାନ୍ତି । ଅନ୍ୟପକ୍ଷରେ ସମସ୍ୟାର ସମାଧାନ ଉପରେ ଦୃଷ୍ଟି ନିକ୍ଷେପ କରୁଥିବା ଲୋକମାନେ କୌଣସି ସମସ୍ୟାର ସମାଧାନ ବିଷୟରେ ହିଁ ଅଧିକ ଚିନ୍ତା କରୁଥାନ୍ତି । ଏହି ପ୍ରକାରର ଲୋକମାନେ ସମସ୍ୟାକୁ ଅତି ଦମ୍ଭ ଏବଂ ଦୃଢ଼ତାର ସ‌ହ ସାମ୍ନା କରିଥାନ୍ତି । ଏମାନଙ୍କୁ ସମସ୍ୟା କେବେ ବି ଡରେଇ ରଖିପାରେ ନାହିଁ, ସେମାନେ କେମିତି ହେଲେ ବି ସବୁ ସମସ୍ୟାର ସମାଧାନ ଖୋଜି ବାହାର କରି ସମସ୍ୟାକୁ ଉଡ଼େଇ ଦେଇଥାନ୍ତି ।

ଏହି ବିଷୟରେ ଏକ ଭଲ ଇତିହାସ କଥା ମଧ୍ୟ ଅଛି । ନେପୋଲିୟନ ବୋନାପାର୍ଟ(Napoleon Bonaparte)ଙ୍କ ବିଷୟରେ ପ୍ରାୟ ସଭିଏଁ ଜାଣିଥିବେ । ଯେଏକି ଫ୍ରାନ୍ସର ଏକ ମହାନ ନେତା ସ‌ହ ଏକ ସାହାସୀ ଯୋଦ୍ଧା ମଧ୍ୟ ଥିଲେ, ଯାହାଙ୍କ ଜୀବନରେ "ଅସମ୍ଭବ"(Impossible) ନାମରେ କୌଣସି ଶବ୍ଦ ନ ଥିଲା । ଇତିହାସରେ ନେପୋଲିୟନଙ୍କୁ ବିଶ୍ୱର ସବୁଠାରୁ ମହାନ ଏବଂ ଅଜେୟ ସେନାପତିମାନଙ୍କ ମଧ୍ୟରେ ଜଣେ ଭାବରେ ଗଣାଯାଏ । ସେ ଇତିହାସର ସବୁଠାରୁ ମହାନ ବିଜେତା ଭାବରେ ଏବେବି ରହିଛନ୍ତି । ତାଙ୍କ ସାମ୍ନାରେ କେହି ବି ତିଷ୍ଠି ରହିପାରିନଥିଲେ ।

ନେପୋଲିୟନ ପ୍ରାୟତଃ ଅଧିକ ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ଭଲ ପାଉଥିଲେ । ଥରେ ସେ ଆଲପସ୍ ପର୍ବକୁ ପାରି ହେବାର ଘୋଷଣା କଲେ ଏବଂ ତାଙ୍କର ସୈନ୍ୟସାମନ୍ତଙ୍କୁ ସାଥିରେ ଧରି ବାହାରିପଡ଼ିଲେ । ତାଙ୍କ ସାମ୍ନାରେ ଏକ ବିଶାଳକାୟ ନଭଶ୍ଚୁମ୍ଭି ପାହାଡ଼ ଛିଡ଼ାହୋଇଥିଲା, ଯାହାକୁ ଚଢ଼ିକି ପାରି ହେବା ଅସମ୍ଭବ ନୁହେଁ ଅସାଧ୍ୟ ଥିଲା । ଏହି ଭଳି ଏକ ବିରାଟକାୟ ପାହାଡ଼କୁ ପାରିହେବା କଥା ଶୁଣି ତାଙ୍କର ସେନାବାହିନୀରେ ହଠାତ୍ ଭାଳେଣି ପଡ଼ିଗଲା । ତା' ପରେ ସେ ତାଙ୍କର ସେନାକୁ ସେହି ପାହାଡ଼କୁ ଚଢ଼ିକି ପାରିକରିବାର ନିର୍ଦ୍ଦେଶ ଦେଲେ । ସେତେବେଳେ ସେଇ ପାଖରେ ଗୋଟିଏ ବୁଢ଼ିଟିଏ ସେମାନଙ୍କର କାର୍ଯ୍ୟ ଦେଖୁଥିଲା । ସେ ଯେତେବେଳେ ଏହି ପାହାଡ଼ ଚଢ଼ିବା କଥା ଶୁଣିଲା, ପାଖକୁ ଆସି କ‌ହିଲା, "କ'ଣ ମରିବାକୁ ଚାହୁଁଛ କି?" ତମ କଥାକୁ ଶୁଣିବା ପରେ କ'ଣ ତମ ସାଥିରେ ଆସିଥିବା ଲୋକମାନେତ ଚଢ଼ି ନ ପାରି ଓହ୍ଲେଇ ଆସୁଛନ୍ତି । ଯଦି ତମକୁ ତମ ଜୀବନ ପ୍ରତି ଟିକେ ବି ମୋହ ଥାଏ ତ ଏହି ପାହାଡ଼ ଚଢ଼ିବା ନିଶାକୁ ମୁଣ୍ଡରୁ ବାହାର କରି ସିଧା ଫେରିଯାଅ, ଏହି ପାହାଡ଼କୁ ଚଢ଼ି ପାର କରିବା ଅସମ୍ଭବ ।

ସେହି ବୁଢ଼ୀଠାରୁ ଏପରି ନାକାରାତ୍ମକ କଥା ଶୁଣି ନେପୋଲିୟନ ନିରାଶ ହେବା ପରିବର୍ତ୍ତେ ଅଧିକ ପ୍ରେରତି ହୋଇଥିଲେ ଏବଂ ତ‌ତ୍‌କ୍ଷଣାତ୍ ତାଙ୍କ ଗଳାରୁ ଏକ ହୀରା ହାରଟିଏ ବାହାର କରି ସେ ବୁଢ଼ୀଟିକୁ ପିନ୍ଧେଇଦେଇ କି କ‌ହିଲେ; ଆପଣ ମୋର ଉତ୍ସାହକୁ ଦୁଇଗୁଣା କରିଦେଲେ, ମୋତେ ଏହି ପାହାଡ଼ ଚଢ଼ିବାକୁ ଅଧିକ ପ୍ରେରଣା ଦେଲେ । ଯଦି ମୁଁ ଜୀବନ୍ତ ଭାବରେ ପାହାଡ଼ଟିକୁ ଚଢ଼ି ପାରି କରିଦିଏ, ତ ଆପଣ ମୋର ଜୟ ଜୟକାର ନିଶ୍ଚୟ କରିବେ । ସେହି ବୁଢ଼ୀଟି ନେପୋଲିୟନଙ୍କଠାରୁ ଏହିସବୁ କଥା ଶୁଣିସାରିବା ପରେ କ‌ହିଲା- ତୁମେ ହେଉଛ ପ୍ରଥମ ମଣିଷ, ଯିଏକି ମୋର କଥା ଶୁଣିବାପରେ ହତାଶ ଆଉ ନିରାଶ ହେଲ ନାହିଁ । ଯାହା ପାଖରେ "କର ବା ମର" ଆଉ ସମସ୍ୟାକୁ ଦୃଢ଼ତାର ସ‌ହ ସାମ୍ନାକରିବାର ଇଚ୍ଛା ଶକ୍ତି ଥାଏ, ସେ କେବେ ବି ପରାଜିତ ହୋଇ ନ ଥାଏ । ଆଉ ସେହିଭଳି ନେପୋଲିୟନ ତାଙ୍କ ଜୀବନର ସମସ୍ତ ସମସ୍ୟାକୁ ଦୃଢ଼ତାର ସ‌ହ ସାମ୍ନାକରି ସମାଧାନ କରିଥିଲେ ।

ଆଜି ସଚିନ ତେନ୍ଦୁଲକରଙ୍କୁ ଏଇଥିପାଇଁ କ୍ରିକେଟର ଭଗବାନ ବୋଲି କୁହାଯାଉଛି କାରଣ ସେ ଦରକାର ସମୟରେ ତାଙ୍କର ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି ଆଉ ଭାରତୀୟ ଦଳକୁ ଅନେକ ପରାଜୟ ଭଳି ସମସ୍ୟାରୁ ଉଧାର କରିଛନ୍ତି । ଖାଲି ଏଇଟା ନୁହେଁ କି ଏହିଭଳି ସବୁ ସମସ୍ୟା କେବଳ ଆମ‌ଭଳି ସାଧାରଣ ଲୋକଙ୍କ ପଖକୁ ଆସିଥାଏ । ଭଗବାନ ରାମଚନ୍ଦ୍ରଙ୍କ ସାମ୍ନାରେ ମଧ୍ୟ ଅନେକ ସମସ୍ୟା ଆସିଥିଲା । ବିବାହ ପରେ ବନବାସ, ସୀତା ହରଣ, ସୀତା ଉଦ୍ଧାର ପରେ କଟୁବଚନ ଭଳି ଅନେକ ସମସ୍ୟା ତାଙ୍କ ଜୀବନରେ ଆସିଥିଲା । ସେ ସମୁଦାୟ ସମସ୍ୟାକୁ ଦୃଢ଼ ସାହାସୀକତାର ସ‌ହ ସାମ୍ନା କରିବା ସ‌ହ ସମାଧାନ କରିଥିଲେ । ସମସ୍ୟା ସାମ୍ନାରେ ବିଚଳିତ ହେବା ପରିବର୍ତ୍ତେ ସେ ନିଜର ଆଦର୍ଶରେ ଚାଲି ଏହାକୁ ଏଡ଼ାଇପାରିଥିଲେ । ସେଇଥିପାଇଁ ସେ ମର୍ଯ୍ୟାଦାପୁରୁଷ ଭାବରେ ସମଗ୍ର ବ୍ରହ୍ମାଣ୍ଡରେ ପରିଚିତ । ପ୍ରକୃତରେ କ‌ହିବାକୁ ଗଲେ ଏହିସବୁ ସମସ୍ୟା ହିଁ ସାଧାରଣ ଲୋକଙ୍କୁ ମହାନ କରିବାରେ ସାହାଯ୍ୟ କରେ ।

ଜୀବନରେ ଗୋଟିଏ କଥାକୁ ଧ୍ୟାନ ଦେବାକୁ ହେବ ଯେ;
ଜୀବନରେ ସମସ୍ୟା ଚାହା କପ୍‌ରେ ଥିବା ଗରମ ସର ଭଳି ଆସେ ।
ଆଉ ସଫଳ ଲୋକ ସେ ହୋଇପାରିବ, ଯିଏ ସେ ଗରମ ସରକୁ ଧିରେ ଧିରେ ଫୁଙ୍କି ଚାହା ପିଇପାରିବ ।

Thursday 23 June 2016

ସାମାଜିକ ଚିନ୍ତାଧାରା

Sangram Keshari Senapati June 23, 2016 0
ସାମାଜିକ ଚିନ୍ତାଧାରା
ଆମେ ସମସ୍ତେ ହେଉଛନ୍ତି ଜଣେ ଜଣେ ସାମାଜିକ ପ୍ରାଣୀ । ସମାଜରେ ସାମାଜିକ ଲୋକମାନଙ୍କ ସ‌ହ ମିଶି ରହିଛୁ ଆଉ ନିଜକୁ ଅନ୍ୟମାନଙ୍କ ସ‌ହ ମଧ୍ୟ ଖାପଖୁଆଇ ଚଳିଆସିଛୁ । ଯଦି କାହାର କିଛି ଅସୁବିଧା ହୁଏ ଆମେ ତାଙ୍କୁ ସାହାଯ୍ୟ କରିଥାଉ ଆଉ କେହି ନା କେହି ଆମକୁ ଆମ ବିପଦ ସମୟରେ ମଧ୍ୟ ସ‌ହଯୋଗ କରି ଆମର ଦୁଃଖକୁ ନିଜ ଭିତରେ ବାଣ୍ଟି ନେଇଥାନ୍ତି ।

Tuesday 31 May 2016

ସେହି ଅଭୂଲା ମୁହୂର୍ତ୍ତ

Sangram Keshari Senapati May 31, 2016 0
ସେହି ଅଭୂଲା ମୁହୂର୍ତ୍ତ
ଜୟ ଜଗନ୍ନାଥ ।।
ଜୟ ମାଆ ମାଣିକେଶ୍ୱରୀ ।।

କେହି ଜଣେ କ‌ହିଛନ୍ତି, “Good Friends are hard to find, Harder to leave and Impossible to forget.”
ସେହିଭଳି କୌଣସି ଗୋଟିଏ ଜାଗାରେ କିଛି ଦିନ ରହିବା ପରେ ଏମିତି ଏକ ଭାବପ୍ରବଣତା ଯୋଡ଼ି ହୋଇଯାଏ ଯେ, ସେହି ସ୍ଥାନ‌କୁ ଛାଡ଼ି ଯିବାକୁ ଇଚ୍ଛା ହିଁ ହୁଏନି । ଏମିତି ସାଙ୍ଗମାନେ ଯେଉଁମାନଙ୍କ ସ‌ହ ବ‌ହୁତ ଝଗଡ଼ା କରୁଥିଲୁ, ପ୍ରତି କଥାରେ ମତାନ୍ତର ହେଉଥିଲା, ସେ ବି ଦିନେ ନିଜର ସବୁଠୁ ଭଲ ସାଙ୍ଗଟିଏ ହୋଇଯାଏ । ହେଲେ ଆମେ ଯାହାକୁ ଯେତେ ଭଲ ପାଇବା, ସେତେ ଶୀଘ୍ର ସେ ଆମଠାରୁ ଦୂରେଇ ଯିବ ।

Sunday 17 April 2016

ସମସ୍ୟା ଆଉ ସମାଧାନ

Sangram Keshari Senapati April 17, 2016 0
ସମସ୍ୟା ଆଉ ସମାଧାନ
ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସ‌ହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।

Wednesday 17 February 2016

ସୁ-ମନ୍ତ୍ର

Sangram Keshari Senapati February 17, 2016 0
ସୁ-ମନ୍ତ୍ର
ଆଜି ସକାଳୁ ସକାଳୁ ଓ-ଟିଭିର ଏକ କାର୍ଯ୍ୟକ୍ରମ "ସର୍ବେଭବନ୍ତୁ ସୁଖିନଃ"ରେ ଏକ କଥା ଶୁଣିଲି, ଯାହା ମୋ ମନ‌କୁ ଛୁଇଁଯାଇଥିଲା । ସେହି କଥାକୁ ଏଠାରେ ବର୍ଣ୍ଣନା କରୁଛି ।

Monday 8 February 2016

୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ

Sangram Keshari Senapati February 08, 2016 0
୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ
ସୋଶିଆଲ ମିଡ଼ିଆର ଆଗମନ ପରେ ସାମ୍ବାଦପତ୍ରର ସଂଜ୍ଞା ବଦଳିଯାଇଛି । କୌଣସି ସମ୍ବାଦ ବା ତ‌ଥ୍ୟକୁ ଜନସାଧାରଣଙ୍କ ପାଖରେ ପ‌ହ‌ଞ୍ଚାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ପାଲିଟିଛି । ଯଦିଓ କିଛି ଅଗ୍ରଗାମୀ ଓଡ଼ିଆ ଫେସବୁକ ବା ଟ୍ୱିଟରରେ ବ‌ହୁ ସମୟ ଧରି ସକ୍ରିୟ ଥିଲେ, କିନ୍ତୁ ଗୋଷ୍ଠୀବଦ୍ଧ ଭାବେ ଓଡ଼ିଶା କିମ୍ବା ଏହାର କୌଣସି ବୈଶିଷ୍ଟ୍ୟକୁ କେବେ ପ୍ରୋତ୍ସାହିତ କରାଯାଇନଥିଲା ।

Saturday 30 January 2016

କେତେ ସ୍ୱଚ୍ଛ ଆମ ପରିବେଶ?

Sangram Keshari Senapati January 30, 2016 1
କେତେ ସ୍ୱଚ୍ଛ ଆମ ପରିବେଶ?
ସର୍ବପ୍ରଥମେ ସଭିଙ୍କୁ ୨୦୧୬ର ଅଭିନନ୍ଦନ । ସଭିଙ୍କୁ ମୋର ପ୍ରଣାମ, ଆପଣଙ୍କ ସୁଭାଷିଶ କାମନା କରି ୨୦୧୬ର ପ୍ରଥମ ଲେଖା ଲେଖୁଛି । ଆମେ ସଭିଏଁ ସବୁବେଳେ ସଫସୁତୁରା ରହିବାକୁ ପସନ୍ଦ କରୁ, ସେଥିପାଇଁ ଆମ କପଡ଼ା ଠାରୁ ଆରମ୍ଭ କରି ଆମର ଘରଯାଏ ଆମେ ସଫାସୁତୁରା କରି ସଜେଇଥାଉ । ଘରଟିଏ ସଫା ରହିଲେ ସଭିଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ, ଆମେ ସଫା କପଡ଼ାଟିଏ ପିନ୍ଧିଲେ ସଭିଏଁ ପସନ୍ଦ କରିବେ । ଆମେ ବି ଛୋଟବେଳୁ ପଢ଼ିଛୁ, "ସାଇତି ରଖିବା, ସଜେଇ ରଖିବା" ।
ଆମ ପରିବେଶକୁ ଆମେ ସ୍ୱଚ୍ଛ ରଖିବା । ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଅନେକ ପଦେକ୍ଷେପ ନିଆଯାଉଛି । ଏମିତିକି ଆମ ରାଜ୍ୟ ସରକାର ମଧ୍ୟ ଏବେ ପରିବେଶକୁ ସ୍ୱଚ୍ଛ କରିବାକୁ କିଛି ପଦେକ୍ଷେପ ନେଉଛନ୍ତି ।

ଆମ ପରିବେଶକୁ ସଫା ରଖିବା ପ୍ରକୃତରେ ସରକାରଙ୍କ କାମ ନୁହେଁ, ଏ କାମ ହେଉଛି ଆମର । ଆମ ଘରକୁ ସଫା କରିବାକୁ ଆମେ ଯଦି ଜଣେ ଲୋକ‌କୁ ଦାୟିତ୍ୱ ଦେଇକି ପଳେଇବା, ସେ ଆମକୁ ପସନ୍ଦ ହେଲା ପରି ସଫା କରିପାରିବନି । ଏହାର କାରଣ ହେଉଛି ଆମକୁ ଆମର ପସନ୍ଦ ହିଁ ବେଶି ଭଲ ଲାଗେ । ଆମେ ଆମର ପରିବେଶକୁ ସଫା ଦେଖିବାକୁ ହେଲେ ଆମକୁ ସଫା କରିବାକୁ ପଡ଼ିବ । ଆମେ ଅଳିଆକୁ ସଫା ନ କରିପାରିଲେ ମଧ୍ୟ ଆମେ ଆଳିଆ ବଢ଼ାଇବାକୁ ରୋକିପାରିବା । ଯେମିତିକି ଆମର ଅଳିଆକୁ ଆମେ ଏଣେତେଣେ ନ ଫୋପାଡ଼ି ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ଠୁଳ କରି ସରକାରଙ୍କ ପ୍ରଦତ୍ତ ଅଳିଆଗଦାରେ ପକାଇବା । ଏବେ ତ ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ଥାନରେ ଅଳିଆକୁ ପକାଇବାକୁ ଡବାମାନ ରଖାଯାଇଛି, ଆମକୁ ଆମର ଅଳିଆକୁ ସେଇ ଡବାରେ ପକାଇବା ଦରକାର । ଆମେ ସରକାରଙ୍କୁ ଆଙ୍ଗୁଳି ଉଠାଇବା ଆଗରୁ ଆମ ନିଜର କର୍ତ୍ତବ୍ୟ ପାଳନ କରିବା ଦରକାର ।

ତ‌ଥାପି ଅନେକଙ୍କୁ ଆମେ ଦେଖୁଛେ କି, କିଛି ଲୋକ ଅଳିଅ ସଫା ନ କରିଲେ ମଧ୍ୟ ନିଜେ ନିଜର ଅଳିଆକୁ ଠିକ୍ ସ୍ଥାନରେ ପକାଉଛନ୍ତି । ଆମକୁ ମଧ୍ୟ ଏମିତି କରିବାକୁ ପଡ଼ିବ ।

ଅନେକ ସମୟରେ ଦେଖିଥାଉ କି ମେଳା କିମ୍ବା ପୂଜା ଆଗରୁ ସେଇ ପଡ଼ିଆକୁ ଭଲ ଭାବରେ ସଫା କରାଯାଏ, ହେଲେ ସେଇ ମେଳା ସରିବା ପରେ ପଡ଼ିଆରେ ପଡ଼ିରହେ ଅନେକ ଅଳିଆ ଯାହାକି ପୁଣି ପରବର୍ତ୍ତୀ ମେଳାଯାଏ ପଡ଼ିରହିଥାଏ ସେମିତି । ପଲିଥିନି ଜରି ଆଦିର ବ‌ହୁଳ ବ୍ୟବ‌ହାର ଏତେମାତ୍ରାରେ ବଢ଼ିଯାଇଛି ଯେ ଯାହା ଆମକୁ ଏହି ମେଳା ପରେ ହିଁ ବେଶିମାତ୍ରାରେ ଦୃଶ୍ୟମାନ ହୁଏ । ସେମିତି ଏକ ମେଳାର ସମାପ୍ତି ପରର କିଛି ଦୃଶ୍ୟରେ ଆମ ପରିବେଶର ସ୍ୱଚ୍ଛତା ପରିଲକ୍ଷିତ ହେଉଛି ।
DSCN3633 copy
ଯାତ୍ରା ପାଇଁ ବ୍ୟବ‌ହୃତ ଜେନେରେଟରରେ ଶବ୍ଦ ନିୟନ୍ତ୍ରଣପାଇଁ ଥିବା ଯନ୍ତ୍ରକୁ ତଳେ ଗଡ଼ାଇ ଦିଆଯାଇଛି ।

DSCN3637
ଦୋକାନୀମାନେ ନିଜର ଦୋକାନରେ ବ୍ୟବ‌ହାର କରୁଥିବା ଜରିମାନ‌କୁ ସେହି ସ୍ଥାନରେ ସେମିତି ଛାଡ଼ିଦେଇଥାନ୍ତି ।

    DSCN3640
    ସେମିତି ଆଉ କିଛି ଦୋକନୀ ନିଜ ଦୋକନରୁ ବାହରୁଥିବା କିଛ ବର୍ଯ୍ୟବସ୍ତୁକୁ ମଧ୍ୟ ସେହି ସ୍ଥାନରେ ଛାଡ଼ିଯାଅନ୍ତି ।


    DSCN3647
    ଆଉ କିଛି ଅଳିଆକୁ ମଧ୍ୟ ଏମିତି ବାହାରେ ଖୋଲାରେ ଜଳାଇଦିଆଯାଏ, ଯାହାକି ପରେ ଆହୁରି ଅଧିକ ପ୍ରଦୂଶଣ ସୃଷ୍ଟି କରେ ।

    ଆହୁରି ଅନେକ ସ୍ଥାନରେ ଦେଖାଯାଉଛି ଯେ ଅଳିଆକୁ ସ‌ହରରୁ ସଫା କରି କିଛି ଦୂରରେ ଖୋଲାରେ ଛାଡ଼ିଦିଆଯାଉଛି, ଯାହାକି ସେହି ଅଞ୍ଚଳର ପରିବେଶଠାରୁ ଆରମ୍ଭ କରି ବାୟୁମଣ୍ଡଳ ପର୍ଯ୍ୟନ୍ତ ପ୍ରଦୂଷଣ କରିବାରେ ଲାଗିଛି । କେତେକ ସ୍ଥାନରେ କିଛ ବସ୍ତି ଅଞ୍ଚଳରେ ମଧ୍ୟ ସେହି ଅଳିଆକୁ ପକାଯାଉଛି, ଯହାକି ସେହି ଅଞ୍ଚଳରେ ଏକ ବେମାର ସୃଷ୍ଟି କରୁଛି । ସେହି ବଡ଼ ଅଳିଆ ଗଦାରୁ ଜନ୍ମିତ ମଶାଙ୍କର ମଧ୍ୟ ସେମାନେ ଶିକାର ହୋଇ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି । ଆହୁରି ଅନେକ ସମସ୍ୟା ସୃଷ୍ଟି ହେଉଛି ଏହି ଅଳିଆ ଗଦା ପାଇଁ । ସରକାରଙ୍କ ଯୋଜନା ସ‌ହରକୁ ଅଳିଆ ମୁକ୍ତ କରିବାରେ ବ୍ୟସ୍ତ କିନ୍ତୁ ଏହି ଅଳିଆକୁ ଠିକ୍ ରୂପରେ ବିନିଯୋଗ କରିବାରେ ସେହିଭଳି କିଛି ପଦକ୍ଷେପ ନିଆଯାଉନାହିଁ ।
    ଏଣୁ ଆମକୁ ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ହେବ । ସେଥିପାଇଁ ଆମକୁ ଅଳିଆ ଆବର୍ଜନା କୁ ବଢ଼ାଉଥିବା ପଦାର୍ଥର ବ୍ୟବ‌ହାରକୁ ରୋକିବାକୁ ହେବ । ନିଜକୁ ନିଜେ ସତର୍କ ହୋଇ ଚଳିବାକୁ ହେବ, କାରଣ ଏଇ ପରିବେଶ ଆମର ଏହାକୁ ଆମକୁ ହିଁ ପ୍ରଦୂଷଣ ମୁକ୍ତ କରିବାକୁ ହେବ ।

    Wednesday 30 December 2015

    ଅନୁଭୂତିରେ ୨୦୧୫

    Sangram Keshari Senapati December 30, 2015 0
    ଅନୁଭୂତିରେ ୨୦୧୫
    ଆଉ ମାତ୍ର କିଛି ସମୟ ପରେ ବିଦାୟ ନେଇଯିବ ବର୍ଷ ୨୦୧୫, ଯାହାକି ଆଉ କେବେ ଆସିବନି । ୨୦୧୫ ବର୍ଷ ଛାଡ଼ିଯାଇଛି ଅନେକ କିଛି ସ୍ମୃତି । ସବୁଠାରୁ ବଡ଼ ସ୍ମୃତି ହେଲା ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର, ନିଜର ପୂର୍ବ ବିଗ୍ରହ ତ୍ୟାଗ କରି ଏକ ନୂଆ ବିଗ୍ରହରେ ପ୍ରବେଶ କରିଥିଲେ । ଏମିତି ଅନେକ ଛୋଟ ବଡ଼ ଘଟଣାରେ ପୂରି ରହିଛି ବର୍ଷ ୨୦୧୫ । ସେଥିରୁ ମୋର ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ନେଇ ଏଇ ଲେଖା ।

    ସବୁଠାରୁ ବଡ଼ ସ୍ମୃତି ଥିଲା, ରୁମ୍‌ପିଲାଙ୍କ ସ‌ହ ଚିତ୍ରକୂଟ ଓ ତିରଥଗଡ଼ର ଭୋଜି ଓ ଭ୍ରମଣ । ୨୩ ଜାନୁୟାରୀର ଏହି ଭ୍ରମଣ ଥିଲା ୨୦୧୫ର ପ୍ରଥମ ଭ୍ରମଣ । ଦୀର୍ଘ ୫୦୦କିମିର ଯିବା ଆସିବା ପରେ ବି କା ନ‌ଥିଲା, କାରଣ ସେ ଜାଗା ଥିଲା ସେମିତି, ଥରେ ଦେଖିଦେଲେ ମନ ପୂରିଯିବ । ପରଦିନ ପୁଣି ସରସ୍ୱତୀ ପୂଜା ଥିଲା । ଏମିତି ଥିଲା ପ୍ରଥମ ଭ୍ରମଣ ।

    ୨୨ ଜାନୁୟାରୀ ରାତିରେ ଯାତ୍ରା ଆରମ୍ଭ
    ୨୨ ଜାନୁୟାରୀ ରାତିରେ ଯାତ୍ରା ଆରମ୍ଭ
    ତିରଥଗଡ଼ର ଝରଣା ପାଖରେ ଏକ ମନୋରମ ଦୃଶ୍ୟ ।
    ତିରଥଗଡ଼ର ଝରଣା ପାଖରେ ଏକ ମନୋରମ ଦୃଶ୍ୟ ।
    ଚିତ୍ରକୂଟର ଝରଣା ଆଗରେ ।
    ଚିତ୍ରକୂଟର ଝରଣା ଆଗରେ ।
    ସମସ୍ତଙ୍କ ସ‌ହ ଗୃପ୍ ଫଟୋ ।
    ସମସ୍ତଙ୍କ ସ‌ହ ଗୃପ୍ ଫଟୋ ।
    ପରେ ପରେ ପୁଣି ଥିଲା ବ୍ରାଞ୍ଚ ପିକ୍‌ନିକ୍, ସବୁ ପିଲାଙ୍କ ସ‌ହ ପ୍ରଥମଥର ଏହି ଭ୍ରମଣ ଥିଲା ଅତ୍ୟନ୍ତ ମଜାଦାର । ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ନୃସିଂହ‌ନାଥଙ୍କ ମନ୍ଦିର ଓ ସେ ଝରଣା ଥିଲା ଅତ୍ୟନ୍ତ ମନମୁଗ୍ଧକର ।

    ସବୁ ସାଥିଙ୍କ ସ‌ହ ଗୃପ୍ ଫଟୋ ।
    ସବୁ ସାଥିଙ୍କ ସ‌ହ ଗୃପ୍ ଫଟୋ ।
    କଲେଜର ବାର୍ଷିକ ଉତ୍ସବ ଥିଲା ଆହୁରି ମଜାଦର, ଦୁଇଦିନ ଧରି ଚାଲିଥିଲା ଏହି ଉତ୍ସବ ।
    କାହ୍ନଭାଇଙ୍କ ସ‌ହ ଏକ ମଜାଦାର ଫଟୋ ।
    କାହ୍ନଭାଇଙ୍କ ସ‌ହ ଏକ ମଜାଦାର ଫଟୋ ।
    ଓଡ଼ିଆ ସଂଗୀତ ଜଗତର ଉଦୀୟମାନ ଗାୟକ, ବିଷ୍ଣୁମୋହ‌ନ କବିଙ୍କ ସ‌ହ ।
    ଓଡ଼ିଆ ସଂଗୀତ ଜଗତର ଉଦୀୟମାନ ଗାୟକ, ବିଷ୍ଣୁମୋହ‌ନ କବିଙ୍କ ସ‌ହ ।
    ଆଉ ଏକ ସ୍ମୃତିଭରା ମୂହୁର୍ତ୍ତ ଥିଲା ଆମର ବଡ଼ ଭାଇଭଉଣୀମାନଙ୍କୁ ଦିଦାୟ ଦେବା । ୬ଷ୍ଠ ସେମିଷ୍ଟାରର ପୂର୍ବରୁ ଅପ୍ରେଲ ୨୦ରେ ହୋଇଥିଲା ଏହି ବିଦାୟର ପର୍ବ ।

    ରୁବି ଅପାଙ୍କ ସ‌ହ ଏକ ଫଟୋ ।
    ରୁବି ଅପାଙ୍କ ସ‌ହ ଏକ ଫଟୋ ।
    ଆମ ସାଙ୍ଗ ଆଉ ବଡ଼ ଭାଇଭଉଣୀମାନଙ୍କ ସ‌ହ ଏକ ଗୃପ୍ ଫଟୋ ।
    ଆମ ସାଙ୍ଗ ଆଉ ବଡ଼ ଭାଇଭଉଣୀମାନଙ୍କ ସ‌ହ ଏକ ଗୃପ୍ ଫଟୋ ।
    ୬୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ପାଳନ କରିଥିଲୁ, ୪ବର୍ଷ ମଧ୍ୟରେ ପ୍ରଥମ ଥର ସ୍ୱାଧୀନତା ଦିବସ କଲେଜରେ ପାଳିଥିଲି । ସେହି ପାଳନ ଅବସରରେ ବୃକ୍ଷରୋପଣ ଥିଲା ସବୁଠାରୁ ଏକ ବଡ଼ ସ୍ମୃତି, ପ୍ରଥମ କରି ବୃକ୍ଷରୋପଣ କରିଥିଲୁ କଲେଜ ପରିସରରେ ।

    WP_20150815_09_02_27_Pro

    ବୃକ୍ଷରୋପଣ ।
    ବୃକ୍ଷରୋପଣ ।
    ଗଣେଶପୂଜାରେ କଲେଜ ଅଧକ୍ଷଙ୍କ ସ‌ହ ।
    ଗଣେଶପୂଜାରେ କଲେଜ ଅଧକ୍ଷଙ୍କ ସ‌ହ ।
    ଏଇ ବର୍ଷ ଗଣେଶପୂଜା ଓ ବିଶ୍ୱକର୍ମାପୂଜା ଏକାଦିନରେ ପଡ଼ିଥିଲା ଓ କଲେଜରେ ଏକାସାଙ୍ଗରେ ଦୁଇଟିଯାକ ପୂଜା ଅନୁଷ୍ଠିତ ହୋଇଥିଲା ।
    ପରେ ପରେ ଦୁର୍ଗାପୂଜା ଛୁଟିରେ ସାଙ୍ଗଙ୍କ ସ‌ହ ପୂଜା ବୁଲି ଦେଖିବା ଥିଲା ଆଉ ଏକ ବଡ଼ ଆନନ୍ଦ ।

    IMG_20151021_125303

    ବାପାମାଆଙ୍କ ସ‌ହ ପୁରୀ, କୋଣାର୍କ ଓ ପାଖାପାଖି ଜାଗାର ଭ୍ରମଣ ଥିଲା ଆଉ ଏକ ବଡ଼ ସ୍ମୃତି । ଦୁର୍ଗାପୂଜାର ଦଶ‌ହରା ଦିନ ସକାଳ ୫ଟାରୁ ରାତି ୧୨ଟା ଯାଏ ୫ଟା ସ୍ଥାନ ଭ୍ରମଣ ଥିଲା ମୋର ପ୍ରଥମ ସ୍ମୃତି ଯେଉଁଠି କମ୍ ସମୟରେ ଅଧିକ ଜାଗା ବୁଲିଥିଲୁ ।

    ପରିବାରର ସମସ୍ତେ ଏକ ସେଲ୍‌ଫିରେ ।
    ପରିବାରର ସମସ୍ତେ ଏକ ସେଲ୍‌ଫିରେ ।
    ୨୦୧୫ର ସବୁଠାରୁ ବଡ଼ ଅନୁଭୂତି ଥିଲା, ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିରେ ଯୋଗଦାନ । ଅକ୍ଟୋବର ୨୫ରେ IMAGE କାର୍ଯ୍ୟାଳୟ ପରିସରରେ ପାଳିତ ଏହି ଉତ୍ସବ ଥିଲା ଅତ୍ୟନ୍ତ ଉତ୍ସାହଜନ‌କ ।

    ଉଇକିପେଡ଼ିଆରେ ସମସ୍ତ ବନ୍ଧୁଙ୍କ ସ‌ହ ଏକ ଗୃପ୍ ଫଟୋ ।
    ଉଇକିପେଡ଼ିଆରେ ସମସ୍ତ ବନ୍ଧୁଙ୍କ ସ‌ହ ଏକ ଗୃପ୍ ଫଟୋ ।
    ପରେ ପରେ କାଳିପୂଜା ତ‌ଥା ଦୀପାବଳୀ ଦିନର ସ୍ମୃତି ଥିଲା ଅଲଗା ପ୍ରକାରର । ଦୀପ ଜଳାଇବା ସାଙ୍ଗରେ ସାଙ୍ଗଙ୍କ ସ‌ହ ଭୋଜି ଥିଲା ଆନନ୍ଦ‌ଦାୟକ ।

    DSCN0980

    ଶେଷରେ ଥିଲା ବଡ଼ଦିନର ଭୋଜି । ରୁମ୍‌ରେ ୧୫ଜଣ ପିଲାଙ୍କ ସ‌ହ ବଡ଼ଦିନ ପାଳିବା ଥିଲା ମୋର ପ୍ରଥମ ଅନୁଭୂତି ।

    DSCN2567

    ଶେଷରେ କ‌ହିବାକୁ ଗଲେ ୨୦୧୫ବର୍ଷରେ ମୋର ଆହୁରି ଅନେକ ଛୋଟ ବଡ଼ ସ୍ମୃତି ଅଛି, ଯେମିତିକି ନବକଳେବର ରଥଯାତ୍ରା ପ୍ରତିଯୋଗିତାରେ, ୩ୟ ପ୍ରଶ୍ନରେ ବିଜୟୀ ହେବା ।

    ସଂକ୍ଷେପରେ ୨୦୧୫:

    *ପ୍ରଥମ କରି ମୋ ଲେଖା ଆମ କଲେଜ ପତ୍ରିକାରେ ସ୍ଥାନ ପାଇଲା, ପୁଣି ଏକାଥରେ ଦୁଇଟି ଲେଖା ।
    *୨୦୧୩ରୁ ଟୁଇଟରରେ ଯୋଗଦେଇଥିଲେ ମଧ୍ୟ ୨୦୧୫ ମାର୍ଚ୍ଚରୁ ସଚଳ ହେଲି ।
    *ପ୍ରଥମ କରି ବୃକ୍ଷରୋପଣ କଲି ।
    *ଭ୍ରମଣ ପାଇଁ ପ୍ରଥମଥରେ ଓଡ଼ିଶା ବାହାରକୁ ଛତିଶଗଡ଼ ଯାଇଥିଲୁ ।
    *କୌଣସି ସାମୁହିକ ଉତ୍ସବ(ଉଇକିପିଡ଼ିଆ)ରେ ପ୍ରଥମ କରି ଯୋଗଦେଲି ।
    *ନୂଆ କରି ବ୍ଲଗ୍ ଲେଖିବା ଆରମ୍ଭ କଲି । ଓଡ଼ିଆରେ, ଇଂରାଜୀରେ ମଧ୍ୟ ଲେଖିବା ଆରମ୍ଭ କଲି ।
    *ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ଅତି ନିକଟରୁ ଅନୁଭବ କରିଥିଲି ।

    ଶେଷରେ ବିଦୟ ଦେବାକୁ ହେବ ୨୦୧୫କୁ ଓ ସ୍ୱାଗତ କରିବାକୁ ହେବ ୨୦୧୬କୁ ପୁଣି ଏକ ନୂଆ ଆଶା ଓ ଉଦ୍ଦୀପନର ସ‌ହ । ଏକ ନୂଆ ସୂର୍ଯ୍ୟର ଅଲୋକ ସ‌ହ ।

    DSCN0454 copy