Blogs by Sangram Keshari Senapati
Showing posts with label Clean India. Show all posts
Showing posts with label Clean India. Show all posts

Tuesday, 3 October 2017

Swachh Bharat Abhiyan

Sangram Keshari Senapati October 03, 2017 0
Swachh Bharat Abhiyan

Swachh Bharat Abhiyan (Odia: ସ୍ୱଚ୍ଛ ଭାରତ ଅଭିଯାନ) was initiated by honorable Prime Minister Shri Narendra Modi ji on 2nd October 2014. It completed 3 years yesterday. At the beginning more number of people took part in this mission. I think that was not for the cleaning program, but some participated for free publicity. More number of actors and politicians joined this campaign and got a huge publicity through the media. But a number of people joined this program voluntarily and till now they are working to clean our environment. More number of NGOs are working with a huge number of volunteers national wide and they are really cleaning to make India a clean country.

As compared to the 1st year of clean India program, the love for this campaign has been reduced. In the first year, more number of volunteers joined this program, but now only a few people are taking part of this mission. But, I saw some people celebrate Gandhi Jayanti and organize some cleaning program.

The school children cleaned the nearby areas and some volunteers also joined in that cleaning program. And some social workers also start the cleaning program with some volunteers. I love their work and their initiative also. But, it’s a work of one day, it’s a work for everyday and not for only a group of people to clean continuously, it’s the work of every person, who is depending on this environment. But we should teach the school students and create awareness among people, so that they should clean the places nearby them. As Mother Teresa advised to clean the front door of our home, and if everybody does that, then the country must be cleaned automatically. After the Swachh Bharat Mission by Sri Modi, there are various facilities are available to through the garbage. And we are responsible for our environment.

Everybody should focus on this program and should learn to clean by themselves. We must do the needed things by ourselves. So we must take care about our own environment and we should think about the life time happiness not the happiness for a second or for a certain period of time. We should know the problems arise due to the polluted environment.


  

  

  



(Photos from Hari Narayan Mohanty and Sovendra Majhi sir.)

Thursday, 13 July 2017

ପରିବେଶ ସୁରକ୍ଷା, ଜୀବନ ରକ୍ଷା

Sangram Keshari Senapati July 13, 2017 0
ପରିବେଶ ସୁରକ୍ଷା, ଜୀବନ ରକ୍ଷା
ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା ରଖିବାକୁ ପଡ଼ିବ । ପରିବେଶ ସଫା ରହିଲେ ଆମରି ହିଁ ସୁବିଧା ହେବ । ଆମକୁ ହିଁ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିବ ।

୩/୪ ବର୍ଷ ତଳେ ଅଭିନେତା ଅମିର ଖାନ୍‌ଙ୍କର ଏକ କାର୍ଯ୍ୟକ୍ରମ ଚଲିଥିଲା, "ସତ୍ୟମେବ ଜୟତେ" । ସେଇଥିରେ ସେ ଅଳିଆ ଆବର୍ଜନା କମେଇବା ବିଷୟରେ ଅନେକ କିଛି ଉପାୟମାନ ଦେଖାଇଥିଲେ । ସେହି ସବୁକୁ ସରକାର ଏବଂ ଆମମାନଙ୍କୁ ଗ୍ରହଣ କରିବାକୁ ହେବ ।

ଅନେକ ଜିନିଷ ମାଟିରୁ ଅର୍ଥାତ ପ୍ରକୃତିରୁ ତିଆରି ହୋଇଥାଏ । ତେଣୁ ସେଗୁଡ଼ିକ ମାଟିରେ ପଡ଼ିଲେ, ତା' ସ‌ହ ମିଶିଯାଏ । ମାତ୍ର ତା' ସ‌ହ ଆଉ କିଛି ଜିନିଷ ରହିଛି, ଯାହାକି ମାଟି ସ‌ହ ମିଶିପାରେ ନାହିଁ । ଯେମିତିକି ଆମେ ବ୍ୟବ‌ହାର କରୁଥିବା ବିଭିନ୍ନ ପ୍ରକାରର ରସାୟନିକ ବସ୍ତୁରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁ ମାଟିରେ କେବେହେଲେ ମିଶିପାରେ ନାହିଁ । ସେତେବେଳେ ଗୋଟିଏ ବଡ଼ ଅସୁବିଧା ହୋଇଥାଏ, ମାଟିରେ ମିଶିପାରୁଥିବା ଜିନିଷ ଆଉ ମାଟିରେ ମିଶିପାରୁନଥିବା ଜିନିଷ ଯେତେବେଳେ ଏକାଠି ଗୋଟିଏ ଜାଗାରେ ପଡ଼ିରହ‌ନ୍ତି, ସେତେବେଳେ ମାଟିରେ ମିଶିପାରୁଥିବା ଜିନିଷ ବି ମାଟିରେ ମିଶିପାରେନି । ଆଉ ଗୋଟିଏ ବଡ଼ କାରଣ ହେଉଛି, କିଛି ଜିନିଷ‌କୁ ମାଟିରେ ମିଶିବା ପାଇଁ ମଧ୍ୟ କିଛି ପ୍ରକ୍ରିୟା ରହିଛି ଆଉ ସେ ପ୍ରକ୍ରିୟା ପାଇଁ ଉପଯୁକ୍ତ ଦ୍ରବ୍ୟର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି କୌଣସିଟିରେ ବ୍ୟତିକ୍ରମ ଘଟେ, ସେବେ ମାଟିରେ ମିଶି ମାଟି ହେଇପାରୁଥିବା ଜିନିଷ ମାଟିରେ ମିଶିବା ପରିବର୍ତ୍ତେ ଅଧିକ ଅଳିଆ ସୃଷ୍ଟି କରିଥାଏ ।

ପ୍ରଥମ କଥା ହେଉଛି, ଆମେ କେମିତି ଏହି ସବୁ ବର୍ଯ୍ୟବସ୍ତୁର ପରିମାଣକୁ କମ କରିପାରିବା ସେ ବିଷୟରେ ଅଧିକ ଦୃଷ୍ଟି ଦେବ । ଆମେ ମୁଖ୍ୟତଃ ଦୋକାନରୁ କିଛି ଜିନିଷ କିଣିବାବେଳେ ଅଧିକାଂଶ ଜିନିଷ ପଲିଥିନ୍ ବ୍ୟାଗ୍‌ରେ ଆଣିଥାଉ, ଯାହାକି ପରବର୍ତ୍ତୀ ସମୟରେ ପରିବେଶ ପ୍ରଦୂଷଣକୁ ବଢ଼ାଇଥାଏ । ଆମେ ଯଦି ଘରୁ ଗଲାବେଳ ସାଙ୍ଗରେ ବ୍ୟାଗ୍‌ଟିଏ ନେଇକି ଯିବା, ତେବେ ଆମେ ଦୋକାନରୁ ଆଣୁଥିବା ପଲିଥିନ୍ ବ୍ୟାଗ୍‌ର ପରିମାଣ କମିପାରିବ । ଆଉ ଯେଉଁ ଜିନିଷର ଆବଶ୍ୟକତା ନାହିଁ, ଆମେ ତା'କୁ ଆଣି ନଷ୍ଟ କରିବା ପରିବର୍ତ୍ତେ ଆବଶ୍ୟକ ପରିମାଣର ଜିନିଷ ଆଣିବା ଆବଶ୍ୟକ । ଫଳରେ ଅଳିଆ ଆବର୍ଜନର ପରିମାଣ ନିଶ୍ଚତରୂପେ କମ ହୋଇପାରିବ । ଯଦି ଆମେ କେବେ ବାହାରେ କିଛି ଜିନିଷ ବ୍ୟବ‌ହାର କରିବା ପରେ ସେଥିରୁ କିଛି ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ଆମେ ସେହିସ୍ଥାନରେ ନ ପକାଇ, ଉଚିତ ସ୍ଥାନରେ ପକାଇବା ଆବଶ୍ୟକ । ବୋଧହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ଅଭିଯାନର ଡାକରା ପରେ ସବୁସ୍ଥାନରେ ଡଷ୍ଟବିନ୍‌ ରଖାଯାଇଛି । ସେହିସବୁ ବର୍ଜ୍ୟବସ୍ତୁକୁ ସେହି ଅଳିଆ ସଂରକ୍ଷଣ ଡବାରେ ପକାଇବା ନିହାତି ଦରକାର । ଫଳରେ ସେହିସବୁ ଅଳିଆ ଏଣେତେଣେ ପଡ଼ିବନି ।

ମାତ୍ର ଆଉଏକ ବଡ଼ ସମସ୍ୟା ହେଉଛି ସରକାରଙ୍କ ତରଫରୁ । ସରକାର ଅଳିଆର ସଠିକ ବିନିଯୋଗ ଏବଂ ନିୟନ୍ତ୍ରଣ ପାଇଁ ମଧ୍ୟ ସେପରି କିଛି ବିଶେଷ ସୁବିଧା କରିନାହାନ୍ତି । ଯଦି ଲୋକମାନେ ଗୋଟିଏ ଜାଗରେ ଅଳିଆ ଠୁଳ କଲେ, ସରକାର ତାକୁ ପୌରପାଳିକାର ଗାଡ଼ି ମାଧ୍ୟମରେ କୌଣସି ଏକ ଜାଗାରେ ନେଇକି କୁଢ଼ କରିଦେଇଆସିଲେ । ମାତ୍ର, ସେଠାରେ ସେହି ସବୁ ଅଳିଆ କେମିତି ପ୍ରକୃତି ସ‌ହ ମିଶିବ, ସେ ବିଷୟରେ ବ‌ହୁତ କମ ଦୃଷ୍ଟି ଦିଅନ୍ତି । ଏମିତିକି ପୌରପାଳିକା ଗୋଟିଏ ସ୍ଥାନରେ ଅଳିଆ ସବୁ ଗଦା କରିବା ପରେ କିଛିଦିନରେ ସେହି ସ୍ଥାନ ଦେଇ ଯିବାଆସିବା ଅସମ୍ଭବ ହୋଇପଡ଼େ ଏବଂ ଆଖପାଖରେ ଥିବା ଜନବସତିଗୁଡ଼ିକରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ମୁଁ ନିଜେ ଦେଖିଛି, ଭବାନୀପାଟଣା ସ‌ହରଠାରୁ ମାତ୍ର ୨/୩ କିଲୋମିଟର ଦୂରରେ ଏକ ସ୍ଥାନରେ ପୌରପାଳିକା ପକ୍ଷରୁ ଗାଡ଼ିରେ ସବୁଯାକ ଅଳିଆ ନିଆଯାଇ ଗଦା କରିଦିଆଯାଏ । ମାତ୍ର ସେହି ଅଳିଆସବୁ ସେମିତି ସେଠାରେ ପଡ଼ିରହିଥାଏ । ବର୍ଷାଦିନରେ ସେହି ରାସ୍ତାଦେଇ ଗଲାବେଳେ ଜଣାପଡ଼ିଥାଏ ସେହି ଅଳିଆର ବିକଟାଳ ରୂପ । ଏମିତିକି ସେହି ଅଳିଆଗଦାଠାରୁ ମାତ୍ର କିଛି ଦୂରରେ ଜନବସତି ମଧ୍ୟ ରହିଛି । ସେହିଭଳି ଭଦ୍ରକ ସ‌ହର ସମସ୍ତ ଅଳିଆ ମଧ୍ୟ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥ କଡ଼ରେ କାଣ୍ଡିକରିଦିଆଯାଉଛି । ବର୍ଷାଦିନେ ସେହି ରାସ୍ତାରେ ଗଲାବେଳେ କେମିତି ଯିବାକୁ ପଡ଼େ, ତାହା ଅଙ୍ଗେନିଭେଇଥିବା ଲୋକ ହିଁ ଠିକ୍‌ରେ କ‌ହିପାରିବ । ଖାଲି ବର୍ଷାଦିନ ନୁହେଁ, ଅନ୍ୟସମୟରେ ମଧ୍ୟ ସେହି ରାସ୍ତା ଦେଇ ଯିବା କେତେ କଷ୍ଟ ସେ କଥା ମଧ୍ୟ କ‌ହିଲେ ନ ସରେ । ଆଉ ଗୋଟିଏ କଥା ହେଉଛି, ଖୋଲାରେ ସେହି ସବୁ ଅଳିଆ ପକାଯିବା ଫଳରେ, ପବନ ହେଲେ ପୁଣିଥରେ ସେହି ସବୁ ଅଳିଆ ଉଡ଼ିଯାଇ ପୁଣିଥରେ ପରିବେଶକୁ ଦୂଷିତ କରିବାରେ ଲାଗିଥାଏ ।

ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ତିନିବର୍ଷ ପୁରିବାକୁ ଯାଉଥିଲେ ବି ଯେମିତି ସବୁଆଡ଼େ ଅଳିଆ ଥିଲା, ସେମିତି ସବୁଆଡ଼େ ଅଛି । ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦୂଷଣ ରୋକିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବଳ କାଜଗପତ୍ରରେ ହିଁ ସେ ସବୁ କାମ ଚାଲିଛି । ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କଦ୍ୱାରା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଚାରିଆଡ଼େ ଜମା ହେଉଛି । ସେମିତି ପୁରୀ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ସେମିତି ଅନେକ କିଛି ବର୍ଜ୍ୟବସ୍ତୁ ସମୁଦ୍ରକୂଳରେ ହିଁ ଛାଡ଼ିଦିଅନ୍ତି ଆଉ ସେ ସବୁ ପବନରେ କିମ୍ବା ବର୍ଷାପାଣିରେ ଭାଷିକି ସମୁଦ୍ରରେ ମିଶୁଛି । ଆଉ ସମୂଦ୍ର କିଛି ରଖେନି, ସେ ତ ସବୁକିଛି ଫେରାଇଦେଇଥାଏ । ସେଇଥିପାଇଁ ସମୁଦ୍ରରେ ମିଶୁଥିବା ଅଳିଆସବୁ କୋଉଠି ନା କୋଉଠି ଠୁଳ ହୋଇଥାଏ । ଆଉ ପରବର୍ତ୍ତୀ ସମୟରେ ମଧ୍ୟ ସେସବୁରୁ ନିର୍ଗତ ବିଭିନ୍ନ ରସାୟନ ଗ୍ୟାସ୍ ଆଦି ପରିବେଶକୁ ଅଧିକ ପ୍ରଦୁଷିତ କରିଥାଏ । ଏମିତିକି କେବେ କେବେ ପାଣିଉପରେ ନିଆଁ ଜଳିବାର ଦୃଷ୍ଟାନ୍ତ ମଧ୍ୟ ଆମେ ଦେଖିଛେ । ଅଳିଆ ଆବର୍ଜନାରୁ ନିର୍ଗତ କିଛି ରାସାୟନିକ ଗ୍ୟାସ୍‌‌ ପାଣିଉପରେ ମଧ୍ୟ ନିଆଁ ଜଳାଇପାରୁଛି, ସେ ପରିବେଶ ଉପରେ କେତେ କୁପ୍ରଭାବ ପକାଉଥିବା, ସେଇଟା ଆମକୁ ବିଚାରିବାକୁ ହେବ । ପୁରୀର ବାଙ୍କିମୁହାଣରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅନଶନରେ ବସିଥିଲେ । ବାଙ୍କିମୁହାଣରେ ଜମାହୋଇଥିବା ଅଳିଆକୁ ପରିଷ୍କାର କରିବା ପାଇଁ ତାଙ୍କର ଥିଲା ଏହି ଆହ୍ୱାନ । ଅନଶନରେ ବସିଲେ ହୁଏତ ସେହି ବାଙ୍କି ମୁହାଣ ସଫାକରିଦିଆଯିବ, ହେଲେ ସେହି ସବୁ ଅଳିଆକୁ ପୁଣି କେଉଁଠି ପକାଯିବ? ପୁଣିଥରେ ସେହି ସବୁ ଅଳିଆ କେଉଁଠି ନା କେଉଁଠି ଜମା ହେବ । ପୁଣିଥରେ ସେ ସେହିସ୍ଥାନରୁ ପ୍ରଦୂଷଣ ବଢ଼ାଇବ । ଆଉ ପଟ୍ଟନାୟକେଙ୍କ ସପକ୍ଷରେ ଖାଲି ଯେ କିଛି କ‌ହିଦେଲେ ହେବେନି, ନିଜେ ମଧ୍ୟ ପରିବେଶ ପ୍ରଦୂଷଣକୁ ରୋକିବାରେ କିଛିଟା ସାହାଯ୍ୟ କରିବା ଦରକାର । ପରିବେଶକୁ ନିଜେ ଯଦି ପ୍ରତ୍ୟକ୍ଷ ଭାବରେ ଯୋଡ଼ିହୋଇ ସଫା କରି ପାରୁନାହାନ୍ତି, ତେବେ ତାକୁ ଆବର୍ଜନାରେ ପରିପୂର୍ଣ୍ଣ କରନ୍ତୁ ନାହିଁ । ନିଜେ ନିଜ ତରଫରୁ ଆବର୍ଜନାର ପରିମାଣ କମ କରିବା, ପୁନଃବ୍ୟବ‌ହାର ଉପରେ ଅଧିକ ଗୁରୁତବ ଦେବା, ଅଳିଆକୁ ଉଚିତ ଜାଗାରେ ପକାଇବା ଭଳି କିଛି ପଦକ୍ଷେପ ନିଜ ତରଫରୁ ନିଅନ୍ତୁ । ଏହିସବୁପ୍ରତି ନିଜେ ସଚେତନ ହେବାକୁ ପଡ଼ିବ । ହେଲ୍‌ମେଟ୍ ପିନ୍ଧିଲେ ନିଜକୁ ସୁରକ୍ଷା ମିଳିଥାଏ, ମାତ୍ର ତା' ପ୍ରତି ସରକାରଙ୍କ ତରଫରୁ ଜୋରିମାନ ଭଳି ବ୍ୟବସ୍ଥା କରି ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ କରାଯାଉଛି । ଆଉ ଇଏ ମଧ୍ୟ ଏକ ସେହିଭଳି କାର୍ଯ୍ୟ, ପରିବେଶ ସ୍ୱଚ୍ଛ ରହିଲେ, ଆମେ ହିଁ ରୋଗମୁକ୍ତ ହେବା, ଆମକୁ ଆମ ପରିବେଶ ସୁନ୍ଦର ଲାଗିବ । ସରକାର ଖାଲି ନିୟମ କରିଦେଲେ କିମ୍ବା ସ୍ୱଚ୍ଛତା ପାଇଁ କିଛି ସାହାଯ୍ୟ କରିଦେଲେ ହେବନି, ସେସବୁର ସୁବିନିଯୋଗ ଆମକୁ କରିବାକୁ ହେବ । 










ଦିନେ ମଦର ଟେରେସା କ‌ହିଥିଲେ: ନିଜ ଘରର ଆଖପାଖକୁ ସ‌ଫା ରଖ, ପରିବେଶ ସ୍ୱଚ୍ଛ ଆପେ ହେଇଯିବ । ସେ ଏହି ପୃଥିବୀକୁ ଆମ ଘର ବୋଲି କ‌ହିଥିଲେ । ଏକ ଛୋଟ ଘରେ ଆମେ ସବୁ ରହିଲେ, ସେଇଟା ଆମ ଘର ହେଇଯାଏନି । ଏହି ସମ୍ପୂର୍ଣ୍ଣ ଧରା ହେଉଛି ଆମର ମାଆ । ଯେପରି ଆମେ ଆମର ଶୋଇବାଘରକୁ ସଫା ଏବଂ ସୁନ୍ଦର ରଖିବାକୁ ଚାହୁଁ, ସେହିପରି ଅନ୍ୟମାନଙ୍କର ଶୋଇବାସ୍ଥାକ‌କୁ ମଧ୍ୟ ଅଳିଆ କରିବା ଠିକ୍ ନୁହେଁ । ଏହି ପୃଥିବୀରେ ଅନେକ ଜୀବଜନ୍ତୁ ବସବାସ କରନ୍ତି ଆଉ ସେମାନଙ୍କର ଶୋଇବା ଘର ହେଉଛି ଏହି ପୃଥିବୀ, ସେମନଙ୍କ ଘରକୁ ସ୍ୱଚ୍ଛ ରଖିବାକୁ ଆମେ ଦୃଷ୍ଟି ଦେବା ଦରକାର ।

Saturday, 30 January 2016

କେତେ ସ୍ୱଚ୍ଛ ଆମ ପରିବେଶ?

Sangram Keshari Senapati January 30, 2016 1
କେତେ ସ୍ୱଚ୍ଛ ଆମ ପରିବେଶ?
ସର୍ବପ୍ରଥମେ ସଭିଙ୍କୁ ୨୦୧୬ର ଅଭିନନ୍ଦନ । ସଭିଙ୍କୁ ମୋର ପ୍ରଣାମ, ଆପଣଙ୍କ ସୁଭାଷିଶ କାମନା କରି ୨୦୧୬ର ପ୍ରଥମ ଲେଖା ଲେଖୁଛି । ଆମେ ସଭିଏଁ ସବୁବେଳେ ସଫସୁତୁରା ରହିବାକୁ ପସନ୍ଦ କରୁ, ସେଥିପାଇଁ ଆମ କପଡ଼ା ଠାରୁ ଆରମ୍ଭ କରି ଆମର ଘରଯାଏ ଆମେ ସଫାସୁତୁରା କରି ସଜେଇଥାଉ । ଘରଟିଏ ସଫା ରହିଲେ ସଭିଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ, ଆମେ ସଫା କପଡ଼ାଟିଏ ପିନ୍ଧିଲେ ସଭିଏଁ ପସନ୍ଦ କରିବେ । ଆମେ ବି ଛୋଟବେଳୁ ପଢ଼ିଛୁ, "ସାଇତି ରଖିବା, ସଜେଇ ରଖିବା" ।
ଆମ ପରିବେଶକୁ ଆମେ ସ୍ୱଚ୍ଛ ରଖିବା । ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଅନେକ ପଦେକ୍ଷେପ ନିଆଯାଉଛି । ଏମିତିକି ଆମ ରାଜ୍ୟ ସରକାର ମଧ୍ୟ ଏବେ ପରିବେଶକୁ ସ୍ୱଚ୍ଛ କରିବାକୁ କିଛି ପଦେକ୍ଷେପ ନେଉଛନ୍ତି ।

ଆମ ପରିବେଶକୁ ସଫା ରଖିବା ପ୍ରକୃତରେ ସରକାରଙ୍କ କାମ ନୁହେଁ, ଏ କାମ ହେଉଛି ଆମର । ଆମ ଘରକୁ ସଫା କରିବାକୁ ଆମେ ଯଦି ଜଣେ ଲୋକ‌କୁ ଦାୟିତ୍ୱ ଦେଇକି ପଳେଇବା, ସେ ଆମକୁ ପସନ୍ଦ ହେଲା ପରି ସଫା କରିପାରିବନି । ଏହାର କାରଣ ହେଉଛି ଆମକୁ ଆମର ପସନ୍ଦ ହିଁ ବେଶି ଭଲ ଲାଗେ । ଆମେ ଆମର ପରିବେଶକୁ ସଫା ଦେଖିବାକୁ ହେଲେ ଆମକୁ ସଫା କରିବାକୁ ପଡ଼ିବ । ଆମେ ଅଳିଆକୁ ସଫା ନ କରିପାରିଲେ ମଧ୍ୟ ଆମେ ଆଳିଆ ବଢ଼ାଇବାକୁ ରୋକିପାରିବା । ଯେମିତିକି ଆମର ଅଳିଆକୁ ଆମେ ଏଣେତେଣେ ନ ଫୋପାଡ଼ି ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ଠୁଳ କରି ସରକାରଙ୍କ ପ୍ରଦତ୍ତ ଅଳିଆଗଦାରେ ପକାଇବା । ଏବେ ତ ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ଥାନରେ ଅଳିଆକୁ ପକାଇବାକୁ ଡବାମାନ ରଖାଯାଇଛି, ଆମକୁ ଆମର ଅଳିଆକୁ ସେଇ ଡବାରେ ପକାଇବା ଦରକାର । ଆମେ ସରକାରଙ୍କୁ ଆଙ୍ଗୁଳି ଉଠାଇବା ଆଗରୁ ଆମ ନିଜର କର୍ତ୍ତବ୍ୟ ପାଳନ କରିବା ଦରକାର ।

ତ‌ଥାପି ଅନେକଙ୍କୁ ଆମେ ଦେଖୁଛେ କି, କିଛି ଲୋକ ଅଳିଅ ସଫା ନ କରିଲେ ମଧ୍ୟ ନିଜେ ନିଜର ଅଳିଆକୁ ଠିକ୍ ସ୍ଥାନରେ ପକାଉଛନ୍ତି । ଆମକୁ ମଧ୍ୟ ଏମିତି କରିବାକୁ ପଡ଼ିବ ।

ଅନେକ ସମୟରେ ଦେଖିଥାଉ କି ମେଳା କିମ୍ବା ପୂଜା ଆଗରୁ ସେଇ ପଡ଼ିଆକୁ ଭଲ ଭାବରେ ସଫା କରାଯାଏ, ହେଲେ ସେଇ ମେଳା ସରିବା ପରେ ପଡ଼ିଆରେ ପଡ଼ିରହେ ଅନେକ ଅଳିଆ ଯାହାକି ପୁଣି ପରବର୍ତ୍ତୀ ମେଳାଯାଏ ପଡ଼ିରହିଥାଏ ସେମିତି । ପଲିଥିନି ଜରି ଆଦିର ବ‌ହୁଳ ବ୍ୟବ‌ହାର ଏତେମାତ୍ରାରେ ବଢ଼ିଯାଇଛି ଯେ ଯାହା ଆମକୁ ଏହି ମେଳା ପରେ ହିଁ ବେଶିମାତ୍ରାରେ ଦୃଶ୍ୟମାନ ହୁଏ । ସେମିତି ଏକ ମେଳାର ସମାପ୍ତି ପରର କିଛି ଦୃଶ୍ୟରେ ଆମ ପରିବେଶର ସ୍ୱଚ୍ଛତା ପରିଲକ୍ଷିତ ହେଉଛି ।
DSCN3633 copy
ଯାତ୍ରା ପାଇଁ ବ୍ୟବ‌ହୃତ ଜେନେରେଟରରେ ଶବ୍ଦ ନିୟନ୍ତ୍ରଣପାଇଁ ଥିବା ଯନ୍ତ୍ରକୁ ତଳେ ଗଡ଼ାଇ ଦିଆଯାଇଛି ।

DSCN3637
ଦୋକାନୀମାନେ ନିଜର ଦୋକାନରେ ବ୍ୟବ‌ହାର କରୁଥିବା ଜରିମାନ‌କୁ ସେହି ସ୍ଥାନରେ ସେମିତି ଛାଡ଼ିଦେଇଥାନ୍ତି ।

    DSCN3640
    ସେମିତି ଆଉ କିଛି ଦୋକନୀ ନିଜ ଦୋକନରୁ ବାହରୁଥିବା କିଛ ବର୍ଯ୍ୟବସ୍ତୁକୁ ମଧ୍ୟ ସେହି ସ୍ଥାନରେ ଛାଡ଼ିଯାଅନ୍ତି ।


    DSCN3647
    ଆଉ କିଛି ଅଳିଆକୁ ମଧ୍ୟ ଏମିତି ବାହାରେ ଖୋଲାରେ ଜଳାଇଦିଆଯାଏ, ଯାହାକି ପରେ ଆହୁରି ଅଧିକ ପ୍ରଦୂଶଣ ସୃଷ୍ଟି କରେ ।

    ଆହୁରି ଅନେକ ସ୍ଥାନରେ ଦେଖାଯାଉଛି ଯେ ଅଳିଆକୁ ସ‌ହରରୁ ସଫା କରି କିଛି ଦୂରରେ ଖୋଲାରେ ଛାଡ଼ିଦିଆଯାଉଛି, ଯାହାକି ସେହି ଅଞ୍ଚଳର ପରିବେଶଠାରୁ ଆରମ୍ଭ କରି ବାୟୁମଣ୍ଡଳ ପର୍ଯ୍ୟନ୍ତ ପ୍ରଦୂଷଣ କରିବାରେ ଲାଗିଛି । କେତେକ ସ୍ଥାନରେ କିଛ ବସ୍ତି ଅଞ୍ଚଳରେ ମଧ୍ୟ ସେହି ଅଳିଆକୁ ପକାଯାଉଛି, ଯହାକି ସେହି ଅଞ୍ଚଳରେ ଏକ ବେମାର ସୃଷ୍ଟି କରୁଛି । ସେହି ବଡ଼ ଅଳିଆ ଗଦାରୁ ଜନ୍ମିତ ମଶାଙ୍କର ମଧ୍ୟ ସେମାନେ ଶିକାର ହୋଇ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି । ଆହୁରି ଅନେକ ସମସ୍ୟା ସୃଷ୍ଟି ହେଉଛି ଏହି ଅଳିଆ ଗଦା ପାଇଁ । ସରକାରଙ୍କ ଯୋଜନା ସ‌ହରକୁ ଅଳିଆ ମୁକ୍ତ କରିବାରେ ବ୍ୟସ୍ତ କିନ୍ତୁ ଏହି ଅଳିଆକୁ ଠିକ୍ ରୂପରେ ବିନିଯୋଗ କରିବାରେ ସେହିଭଳି କିଛି ପଦକ୍ଷେପ ନିଆଯାଉନାହିଁ ।
    ଏଣୁ ଆମକୁ ଆମ ପରିବେଶକୁ ସ୍ୱଚ୍ଛ ରଖିବାକୁ ହେବ । ସେଥିପାଇଁ ଆମକୁ ଅଳିଆ ଆବର୍ଜନା କୁ ବଢ଼ାଉଥିବା ପଦାର୍ଥର ବ୍ୟବ‌ହାରକୁ ରୋକିବାକୁ ହେବ । ନିଜକୁ ନିଜେ ସତର୍କ ହୋଇ ଚଳିବାକୁ ହେବ, କାରଣ ଏଇ ପରିବେଶ ଆମର ଏହାକୁ ଆମକୁ ହିଁ ପ୍ରଦୂଷଣ ମୁକ୍ତ କରିବାକୁ ହେବ ।

    Saturday, 21 November 2015

    କର୍ତ୍ତବ୍ୟ

    Sangram Keshari Senapati November 21, 2015 0
    କର୍ତ୍ତବ୍ୟ
    ନମସ୍କାର !
    ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସ‌ହରରେ ବୁଲୁବୁଲୁ ଜଣେ ଲୋକ‌କୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।

    ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନ‌କୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସ‌ହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କ‌ହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"

    ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।


    ____________________________End____________________________


    This is not a story, it's a real-life experience. In this evening I and one of my friend were gone to the market. There is a mixture shop where a number of people eat corn mixture. The shopkeeper gives in a paper packet. And after eating, everyone throws the paper packets on the road. And there is no dustbin also by the shopkeeper.

    We also love that mixture and after eating we also through the paper packets on the road. But today, I saw a man collecting those paper packets and gathering them. That man looks like a mad one. He doesn't have any home to live, so he is sleeping outside of the Durga Mandapa. I asked him about the matter, why he is gathering them? He simply replied me that, he doesn't have any home to sleep. So he is sleeping there. And those paper packets gives him trouble, so he gathering those and make some fire to those. He also said that he doesn't like garbage. He may sleep in the dust, but he doesn't like dust. So he is cleaning them as his duty for the environment.

    We all love the cleaned place to live, but we forget about them who are living outside our room. We are cleaning our place and threw the garbage to them. We should take care of them also.