Saturday, 18 February 2017
ବଡ଼ି
Thursday, 5 January 2017
ନାରୀ
କାହିଁ କେଉଁ ଆବାହମାନ କାଳରୁ ନାରୀକୁ ଆମେ ଆଦି ଶକ୍ତି ରୂପେ ପୂଜା କରି ଆସୁଛେ । ଆମେ ସଭିଏଁ ଜାଣିନ୍ତି ଯେ, ନାରୀ ହିଁ ହେଉଁ ଆମ ସଭିଙ୍କର ସୃଷ୍ଟିକାରୀ ଆଉ ସେ ବି ଦରକାର ପଡ଼ିଲେ ସାଜିଥାଏ ସଂହାରକାରୀ । ଯେତେବେଳେ ଦୁନିଆରେ ପାପର ଭାର ବଢ଼ିଯାଇଥିଲା ସେତେବେଳେ ବି ସେହି ଅତ୍ୟାଚାରୀ ଅସୁର ମହିଷାସୁରକୁ ବଦ୍ଧ କରିବାକୁ ଦେବୀ ଦୁର୍ଗାଙ୍କର ଆବାହନ କାରାଯାଇଥିଲା । ନାରୀ ଶକ୍ତି ବିଷୟରେ ସଭିଙ୍କୁ ମନେ ପକାଇଦେବା ପାଇଁ ଆମେ ସବୁବେଳେ ଦୁର୍ଗାପୂଜା ଏବଂ କାଳୀପୂଜା ବହୁ ଆଡ଼ମ୍ବର ସହ ପାଳନ କରିଆସୁଛୁ ।
ନାରୀ କେବେ ବି ଅବଳା ନୁହେଁ କି ଦୂର୍ବଳା ନୁହେଁ । ତା'ର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦେବୀ ଦୂର୍ଗା, ଆଦି ଶକ୍ତି ମା' ମହାମାୟା । ସେହିଭଳି ଆମ ଇତିହାସ ମଧ୍ୟ ଅନେକ ପାରଙ୍ଗମା ନାରୀଙ୍କୁ ସାଇତିଛି ତା'ର ପୃଷ୍ଠାମାନଙ୍କରେ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହୁଅନ୍ତି କି କାକତୀୟ ସାମ୍ରାଜ୍ୟର ରାଣୀ ରୁଦ୍ରମା ଦେବୀ ହୁଅନ୍ତୁ, ସେମାନେ ଦୁର୍ବଳା କିମ୍ବା ଅବଳା ନୁହନ୍ତି । ସେମାନେ ମଧ୍ୟ ହସ୍ତରେ ଖଡ୍ଗ ଧରି ସମ୍ମୁଖ ଯୁଦ୍ଧ କରିଥିଲେ ତା'ର ଶତୃମାନଙ୍କ ସହ । ଆମର ସମାଜରେ ଥିବା ନାରୀ ମଧ୍ୟ ଦୁର୍ବଳ ନୁହନ୍ତି । ଯେଉଁମାନେ ତାଙ୍କୁ ଦୁର୍ବଳ ଭାବୁଛନ୍ତି, ସେମାନେ କରୁଥିବା କାମକୁ ଗୋଟିଏ ଦିନ କରିଦେଖନ୍ତୁ, ଆପଣମାନେ ବି ଜାଣିଯିବେ ସେମାନେ କ'ଣ । ସେମାନଙ୍କୁ ଦୁର୍ବଳ କରିଦେଇଛି ଆମର ଏହି ସମାଜ ଏବଂ ଏହି ସମାଜରେ ଚଳିଆସୁଥିବା ପରମ୍ପରା । ଯେମିତି ହାତୀକୁ ଛୋଟବେଳୁ ସର୍କସରେ ବାନ୍ଧି ରଖିବା ଦ୍ୱାରା ତା' ମନରେ ଏକ ଭୟ ଆସିଯାଇଥାଏ ଏବଂ ସେ ମହାଶକ୍ତିଶାଳୀ ହେବା ପରେ ମଧ୍ୟ ସେ ଶୀକୁଳୀକୁ ଖୋଲିବାକୁ ସାହାସ କରେନି । ସେହିଭଳି ଆମ ସମାଜରେ ନାରୀମାନେ ମଧ୍ୟ ସେହି ପୁରୁଣା ପରମ୍ପରାକୁ ସମ୍ମାନ ଦେଖାଇ ନିଜକୁ ଦୁର୍ବଳ ବୋଲି ମନେ କରୁଛନ୍ତି । କେହି ଯଦି ଏହି କଥାର ପ୍ରତିବାଦ କରୁଛି, ତା'ହେଲେ ଅନେକ ଶକ୍ତି ସେହି ଗୋଟିଏ ଶକ୍ତିକୁ ଚାପିଦେବାର ପ୍ରଚେଷ୍ଟା କରୁଛି ।
ଏଇ ନବ ବର୍ଷ ରାତିରେ ସଦ୍ୟ ଘଟିଥିବା ଘଟଣାଟିଏ ନାରୀଙ୍କ ପ୍ରତି ଥିବା ଆମ ସମ୍ମାନର ଏକ ଜ୍ୱଳନ୍ତ ଉଦାହରଣ । ଏକଦା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଜତ ଶର୍ମାଙ୍କ "ଆପ୍ କି ଅଦାଲତ"ରେ କହିଥିଲେ କି ଗୁଜୁରାଟରେ ରାତିରେ ଗୋଟିଏ ଝିଅ ଗହଣାରେ ସୁସଜ୍ଜିତ ହୋଇ ଯାଉଥିବା ବେଳେ କେହି ତା' ଉପରକୁ ଆଖି ଉଠାଇ ଚାହାନ୍ତି ନାହିଁ । ହେଲେ ଅନ୍ୟ ସବୁଆଡ଼େ କାହିଁକି ଏମିତି ହେଉନାହିଁ । କିଛି ଲୋକମାନେ ତ ଏହି ଭଳି ଘଟୁଥିବା ଘଟଣାର ବିରୋଧ କରିବା ପରିବର୍ତ୍ତେ ଝିଅ ମାନଙ୍କର ଦୋଷ ଦେଉଛନ୍ତି କି ସେମାନେ କାହିଁକି ରାତିରେ ଘରୁ ବାହାରକୁ ଯାଉଛି, ତାଙ୍କର କପଡ଼ା କାହିଁକି ଛୋଟ ଛୋଟ?
ଏହି କଥା ଉପରେ ଅଭିନେତା ଅକ୍ଷୟ କୁମାର ଏକ ବହୁତ ଭଲ କଥାଟିଏ କହିଛନ୍ତି ।
The Bangalore incident makes me feel we r evolving backwards,from humans to animals,rather beasts coz even animals are better!Truly shameful pic.twitter.com/FJwJ80Mkby— Akshay Kumar (@akshaykumar) January 5, 2017
Sunday, 1 January 2017
ଆଦି ଅନ୍ତ
Saturday, 31 December 2016
ବିଦାୟ ୨୦୧୬
Saturday, 10 December 2016
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କର ମନ୍ଦିର
ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।
ମାଆ ଆଦିଶକ୍ତିଙ୍କର ପ୍ରଳୟର ରୂପ ହେଉଛନ୍ତି ମାଆ କାଳୀ ଏବଂ ଭଦ୍ରକାଳୀ ମାଆ ଆଦିଶକ୍ତିଙ୍କର ଏକ ପ୍ରଳୟ କାଳୀନ ରୂପ ବୋଲି ମଧ୍ୟ ଅନେକ ମତ ଦିଅନ୍ତି । ଆଉ କେହି କେହି ମାଆଙ୍କୁ ମହାକାଳ ଶିବଙ୍କର ଶକ୍ତି ବୋଲି ମଧ୍ୟ କହିଥିଲେ ।
ମାଆ ଭଦ୍ରକଳୀଙ୍କର ମନ୍ଦିର ଭଦ୍ରକ ସହ ଉପକଣ୍ଠରୁ ପ୍ରାୟ ୭କିଲୋମିଟର ଦୂରରେ ଅବସ୍ଥିତ । ଅହାରପଦା ଗ୍ରାମରେ ସାଳନ୍ଦୀ ନଦୀ କୂଳରେ ମାଆ ଭଦ୍ରକାଳୀଙ୍କର ଏବେକାର ମନ୍ଦିରଟି ଅବସ୍ଥିତ ।
| ଓଡ଼ିଶା ପର୍ଯ୍ୟଟନ ତରଫରୁ ମନ୍ଦିର ଆଗରେ ଲଗାଯାଇଥିବା ଫଳକ । |
| ମା' ଭଦ୍ରକାଳୀ ମନ୍ଦିରର ପ୍ରବେଶଦ୍ଵାର । |
![]() |
| ଭୋଗଦୋକାନଠାରୁ ମୁଖ୍ୟ ପ୍ରବେଶଦ୍ଵାରର ଛବି । |
![]() |
| ମା' ଭଦ୍ରକାଳୀ । |
| ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିରର ପ୍ରବେଶଦ୍ୱାର । |
ଇତିହାସ ଅନୁସାରେ ମାଆ ଭଦ୍ରକାଳୀଙ୍କର ପୂରାତନ ମନ୍ଦିରଟି ଅନ୍ୟ ଏକ ସ୍ଥାନରେ ଥିଲା । ଓଡ଼ିଶାରେ ମୁସଲମାନ ଶାସନ ସମୟରେ ବାରମ୍ବାର ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଉଥିଲା । କ୍ରମେ ସେହି ମନ୍ଦିରଟି ଧ୍ୱଂସାଭିମୁଖି ହେଲା, ଫଳରେ ମାଆଙ୍କର ମନ୍ଦିର ଏବେକାର ଆହାରପଦା ନିକଟକୁ ସ୍ଥାନାନ୍ତର ହେଲା । ଏହିଠାରେ ମୁଖ୍ୟ ମନ୍ଦିର ସମେତ ସମୁଦାୟ ୩ଗୋଟି ମନ୍ଦିର ଅଛି । ମୁଖ୍ୟ ମନ୍ଦିରରେ ମାଆ ଭଦ୍ରକାଳୀ ପୂଜା ପାଉଥିବା ବେଳେ ଅନ୍ୟଦ୍ୱୟ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି । ଅନ୍ୟ ଏକ ମନ୍ଦିରରେ ମହାଦେବ ଭଦ୍ରେଶ୍ୱର ନାମରେ ପୂଜିତ ହେଉଛନ୍ତି ।
| ଭଦ୍ରକାଳୀ ମନ୍ଦିର ବେଢ଼ାରେ ଥିବା ଜଗନ୍ନାଥ ମନ୍ଦିରର ଉଦ୍ଘାଟନ ଫଳକ । |
| ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଗରୁଡ଼ ସ୍ତମ୍ଭ । |
| ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା । |
| ବାବା ଶ୍ରୀ ଭଦ୍ରେଶ୍ୱରଙ୍କର ମନ୍ଦିର । |
| ମନ୍ଦିର ପ୍ରାଙ୍ଗଣରେ ଥିବା ନବଗ୍ରହଙ୍କର ମୂର୍ତ୍ତୀ ସମୂହ । |
* ଶ୍ରୀ ମହାବିଷ୍ଣୁ ନେଇଥିବା ଦଶ ଅବତାରର ମୂର୍ତ୍ତୀ ମଧ୍ୟ ଭଦ୍ରକାଳୀଙ୍କର ମନ୍ଦିର ପରିସରରେ ରହିଛି ।
| ମସ୍ୟ ଅବତାର, କଚ୍ଛପ ଅବତାର, ବରାହ ଅବତାର ଏବଂ ନୃସିଂହ ଅବତାର । |
| ବାମନ ଅବତାର, ପର୍ଶୁରାମ ଅବତାର ଏବଂ ରାମ ଅବତାର । |
| ହଳଧର ଅବତାର, ବୁଦ୍ଧ ଅବତାର ଏବଂ କଳ୍କୀ ଅବତାର । |
* ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ଦଶ ମହାବିଦ୍ୟାଙ୍କର ରୂପ ଦର୍ଶିତ ହୋଇଛି ।
ମାଆ ଭଦ୍ରକାଳୀ ମନ୍ଦିର ପରିସରରେ କାଳୀପୂଜା ସମୟରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ସାତଦିନ ବ୍ୟାପି ଅଖଣ୍ଡ ଯଜ୍ଞ ହେବା ସହ ମାଆଙ୍କର ନାମ ସଂକୀର୍ତ୍ତନ ମଧ୍ୟ ହୋଇଥାଏ । ଏବଂ ସାତଦିନରେ ସପ୍ତମାତୃକା ବେଶରେ ସୁସଜ୍ଜିତ ହୋଇଥାନ୍ତି ମାଆ ଭଦ୍ରକାଳୀ ।
| ମାଆ ଭଦ୍ରକାଳୀଙ୍କର ମୁଖ୍ୟ ମନ୍ଦିର ସାମ୍ନାରେ ଥିବା ଏହି ଯଜ୍ଞଶାଳାରେ ସପ୍ତଦିବସ ବ୍ୟାପି ଯଜ୍ଞକରାଯାଏ । |
| ସପ୍ତମାତୃକା ଯଜ୍ଞସମୟରେ ଯଜ୍ଞକୁଣ୍ଡରେ ସୁସଜ୍ଜିତ କଳସ ଏବଂ ଅଖଣ୍ଡ ଅଗ୍ନି । |
ମାଆ ଭଦ୍ରକାଳୀଙ୍କର ପୀଠରେ ଅନୁଷ୍ଠିତ ହେଉଥିବା ସପ୍ତମାତୃକା ବେଶ ସମୂହ:
୧. ବେଦମାତା ବେଶ:
କାଳୀ ପୂଜା ସମୟରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞର ପ୍ରଥମ ଦିନର ବେଶ ହେଉଛି ବେଦମାତା ବେଶ । ବେଦମାତା ବେଶରେ ମାଆ ଭଦ୍ରକାଳୀ ପଦ୍ମ ଆସନରେ ବିରାଜମାନ କରିବା ସହ ହଂସ ବାହାନ ସାଜିଥାନ୍ତି । ଏହି ବେଶରେ ମାଆଙ୍କର ମୁଖମଣ୍ଡଳ ହଳଦିଆ ରଙ୍ଗ ହେବା ସହ ହଳଦିଆ ରଙ୍ଗର ପାଟବସ୍ତ୍ର ପରିଧାନ କରିଥାନ୍ତି ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଦକ୍ଷିଣ ହସ୍ତରେ ଜପାମାଳୀ ଏବଂ ବାମ ହସ୍ତରେ ଶଙ୍ଖ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।ଭଦ୍ର ଶବ୍ଦର ଅର୍ଥ ହେଉଛି କଲ୍ୟାଣ । ଉଦିତ୍ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ସଦୃର୍ଶ ଏହି ପୀଠର ମା' ଶାନ୍ତ, ଶିଷ୍ଟ, ଭଦ୍ର ଓ କଲ୍ୟାଣମୟୀ ରୂପେ ବିରାଜମାନ । ବେଦ ହେଉଛି ସର୍ବଜ୍ଞାନର ଭଣ୍ଡାର । ବେଦମାତା ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ଜ୍ଞାନ ଚକ୍ଷୁ ଉନ୍ମୁକ୍ତ ହୁଏ । ଭକ୍ତ ସବୁ କ୍ଷେତ୍ରରେ ବିଜୟୀ ହୁଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରି ଜ୍ଞାନାଲୋକରେ ଦୀପ୍ତ କରିବା ସକାଶେ ଆଲୋକର ପର୍ବ ଦୀପାବଳୀର ପ୍ରଥମ ଦିନରେ ମା' ବେଦମାତା ରୂପରେ ଦର୍ଶନ ଦେଇଥାନ୍ତି ।
![]() |
| ବେଦମାତା ବେଶରେ ମାଆ ଭଦ୍ରକାଳୀ |
୨. ମହାକାଳୀ ବେଶ:
ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନର ବେଶ ହେଉଛି ମହାକାଳୀ ବେଶ । ମା' ଭଦ୍ରକାଳୀ ମହାକାଳୀ ବେଶରେ ନାଲି ପାଟ ବସ୍ତ୍ର ପରିଧାନ କରିବାସହ ମା'ଙ୍କର ମୁଖ ମଣ୍ଡଳ ଶ୍ୟାମଳ ବର୍ଣ୍ଣ ହୋଇଥାଏ । ମୁକ୍ତକେଶ, ରକ୍ତ ଜିହ୍ୱା ଏବଂ ହାତରେ ଖଡ଼୍ଗ ଓ ତ୍ରିଶୂଳ ଧାରଣ କରି ମୁଣ୍ଡମାଳରେ ମା' ସାଜିଥାନ୍ତି ଉଗ୍ରରୂପା ।ମା' ଭଦ୍ରକାଳୀ ପରମ ବୈଷ୍ଣବୀ ଓ ଜଗତ କଲ୍ୟାଣକାରୀ ଅଟନ୍ତି । ମା ନିଜ କୋଳରେ ବାଳ କୃଷ୍ଣଙ୍କ ବିଗ୍ରହକୁ ଧାରଣ କରି ସ୍ନେହମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଥାନ୍ତି । କଳିଯୁଗରେ ସଂସାରରୁ ପାପର ବିନାଶ ସହିତ ଗର୍ବ, ଅହଂକାର ଓ ଆସୁରିକ ପ୍ରବୃତିକୁ ବିନାଶ କରି ସତ୍ୟ-ଧର୍ମର ବାର୍ତ୍ତା ଦେଇଥା'ନ୍ତି ମା' ।
![]() |
| ମହାକାଳୀ ବେଶରେ ମାଆ ଭଦ୍ରକାଳୀ । |
୩. ରାଜରାଜେଶ୍ୱରୀ ବେଶ:
ମହାଯଜ୍ଞର ତୃତୀୟ ଦିନରେ ମା' ଭଦ୍ରକାଳୀ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ହୋଇଥାନ୍ତି । ଏହି ବେଶରେ ମା' ସିଂହ ଓ ହସ୍ତୀ ବାହାନରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଗୋଲାପି ପାଟ ବସ୍ତ୍ର ପରିଧାନ କରିଥାନ୍ତି । ଶଙ୍ଖ-ଚକ୍ର, ଗଦା, ପଦ୍ମ ସହିତ ଚତୁର୍ଦ୍ଧା ମୂର୍ତ୍ତିରେ ମା' ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ବୋଲି ସମଗ୍ର ଜଗତକୁ ବାର୍ତ୍ତା ଦେଇଥାନ୍ତି ।ମା' ଭଦ୍ରକାଳୀଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହେବା ସହ ଉତରତ୍ତୋର ଉନ୍ନତି ଏବଂ ପଦମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରହିଥାଏ ବୋଲି ବିଶ୍ୱାସ ରହିଛି ।
![]() |
| ରାଜରାଜେଶ୍ୱରୀ ବେଶରେ ମାଆ ଭଦ୍ରକାଳୀ । |
୪. ସିଂହବାହିନୀ ବେଶ:
ବିଶ୍ୱଶାନ୍ତି ମହାଯଜ୍ଞର ଚତୁର୍ଥଦିନରେ ବେଶ ହେଉଛି ସିଂହବାହିନୀ ବେଶ । ଏହି ସିଂହବାହିନୀ ବେଶରେ ସିଂହ ସାଜିଥାନ୍ତି ମା' ଭଦ୍ରକାଳୀଙ୍କର ବାହାନ । ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚାରି ହାତରେ ଖଡ଼୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟିତ ହୋଇଥାନ୍ତି ମା' ଭଦ୍ରକାଳୀ ।ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।
![]() |
| ସିଂହବାହିନୀ ବେଶରେ ମାଆ ଭଦ୍ରକାଳୀ । |
୫. ଜଗଦ୍ଧାତ୍ରୀ ବେଶ:
ସପ୍ତମାତୃକା ବେଶର ପଞ୍ଚମ ଦିନର ବେଶ ହେଉଛି ଜଗଦ୍ଧାତ୍ରୀ ବେଶ । ଏହି ବେଶରେ ବାଘ ବାହାନ ସାଜିଥିବା ବେଳେ ମା' ଭଦ୍ରକାଳୀଙ୍କର ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ହୋଇଥାଏ । ମା' ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ହସ୍ତରେ ଖଡ଼୍ଗ, ଗଦା, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଥାନ୍ତି ।ଆଦ୍ୟାଶକ୍ତି ମା' ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ । ଜଗଦ୍ଧାତ୍ରୀ ବେଶରେ ମା'ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୋଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି ।
![]() |
| ଜଗଦ୍ଧାତ୍ରୀ ବେଶରେ ମାଆ ଭଦ୍ରକାଳୀ । |
୬. ମହାସରସ୍ୱତୀ ବେଶ:
ସପ୍ତମାତୃକାବେଶରେ ଷଷ୍ଠଦିନର ବେଶ ହେଉଛି ମହାସରସ୍ୱତୀ ବେଶ । ଏହି ବେଶରେ ହଂସ ମା' ଭଦ୍ରକାଳୀଙ୍କର ବାହାନ ହୋଇଥିବା ବେଳେ ମୁଖମଣ୍ଡଳ ଶ୍ୱେତ ବର୍ଣ୍ଣା ହୋଇଥାଏ । ମା' ଭଦ୍ରକାଳୀ ଶ୍ୱେତ ବସ୍ତ୍ର ପରିଧାନ କରିବା ସହ ପଦ୍ମାସନରେ ବିରାଜମାନ କରିଥାନ୍ତି । ଏହି ବେଶରେ ମା' ଭଦ୍ରକାଳୀ ହସ୍ତଯୁଗଳରେ ବୀଣା, ତୃତୀୟ ଓ ଚତୁର୍ଥ ହସ୍ତରେ ଜପାମାଳି ଏବଂ ପୁସ୍ତକ ଧାରଣ କରିଥାନ୍ତି । ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।ମହାସରସ୍ୱତୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ଓ ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଂସାରରୁ ଅଜ୍ଞାନ ଓ ଅନ୍ଧକାରକୁ ଦୂରକରି ଜ୍ଞାନଲୋକରେ ଦିପ୍ତ କରିବା ସକାଶେ ମା' ଭଦ୍ରକାଳୀ ମହାସରସ୍ୱତୀ ବେଶ ଧାରଣ କରିଥାନ୍ତି ।
![]() |
| ମହାସରସ୍ୱତୀ ବେଶରେ ମାଆ ଭଦ୍ରକାଳୀ । |
୭. ମହାଲକ୍ଷ୍ମୀ ବେଶ:
ମା' ଭଦ୍ରକାଳୀଙ୍କର ସପ୍ତମାତୃକା ବେଶ ମଧ୍ୟରେ ମହାଲକ୍ଷ୍ମୀ ବେଶ ହେଉଛି ଅନ୍ତିମ ବା ସପ୍ତମ ବେଶ । ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀ ହଳଦିଆ ବସ୍ତ୍ର ପରିଧାନ କରିବା ସହ ମା'ଙ୍କର ମୁଖମଣ୍ଡଳ ହଳଦୀଆ ବର୍ଣ୍ଣ ହୋଇଥାଏ । ପଦ୍ମାସନରେ ମା' ଭଦ୍ରକାଳୀ ବିରାଜମାନ କରିଥିବା ବେଳେ ହସ୍ତୀ ଏବଂ ପେଚା ତାଙ୍କର ବାହାନ ହୋଇଥାନ୍ତି । ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇ ମା' ଭଦ୍ରକାଳୀ ଚାରି ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି ।ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିନ ହୋଇଥିବାରୁ ଏହିଦିନରେ ପୂର୍ଣ୍ଣାହୂତି ଦେଖିବା ପାଇଁ ଅନେକ ଭକ୍ତଙ୍କର ଭିଡ଼ ଲାଗିଥାଏ ।
| ମହାଲକ୍ଷ୍ମୀ ବେଶରେ ମାଆ ଭଦ୍ରକାଳୀ । |
Wednesday, 30 November 2016
ମାନସିକ ଚିନ୍ତାଧାରା
ଆମେମାନେ ଓଡ଼ିଶାରେ ବିଭିନ୍ନ ପ୍ରକାରର ରାସ୍ତାରେ ଯାତାୟତ କରୁଛେ । ସେହି ସବୁ ରାସ୍ତାଗୁଡ଼ିକ କୋଉଠି ଅଣଓସାରିଆ ତ ପୁଣି କୋଉଠି ଭାଙ୍ଗିଯାଇଛି ଆଉ ଏହି ସବୁ କାରଣ ପାଇଁ ଆମେ ସରକାରଙ୍କୁ ଅତି ସନ୍ତର୍ପଣରେ ଦୋଷାରପ କରିଥାଉ । ଏମିତି କିଛି ମଧ୍ୟ ଘଟଣା ଘଟୁଛି, ଯାହା ଆମ ଦ୍ୱାରା ସୃଷ୍ଟି ହେଉଛି କିନ୍ତୁ ଆମେ ସେଇଟା ପ୍ରଶାସନର ଭୁଲ ବୋଲି ବତେଇ ଚୁପ ଚାପ ବସିଯାଉଛେ ।











